Share କୋଶଲ ନ୍ୟୁଜ୍ :- କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାୟତ ର ଖଲିଆପାଲି ଗ୍ରାମରେ ଗତ ବୁଧବାର ଦାମା ମହାନନ୍ଦଙ୍କ ଘର ପୋଡ଼ିଯାଇଥିଲା । ଦାମା ମହାନନ୍ଦଙ୍କ ପରିବାର ଅତ୍ୟନ୍ତ ଗରୀବ ଓ ତାଙ୍କ ଦୁଇଟି ସନ୍ତାନ ମାନସିକ ବିକୃତ ରୋଗୀ ଅଟନ୍ତି। ଘର ପୋଡି ଘଟଣା ସମ୍ପର୍କରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ୍ କୁମାର ସାହୁ ଜାଣିବା ପରେ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କଳାହାଣ୍ଡି ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦଙ୍କ ସହ ଫୋନ ଯୋଗେ କଥାହୋଇ ତୁରନ୍ତ ଏ ବିଷୟରେ ଅବଗତ କରାଇବା ସହ କିଭଳି ଭାବରେ ତାଙ୍କୁ ଘର ପୋଡ଼ି କ୍ଷତିପୂରଣ ମିଳିବ ଓ ଥଇଥାନ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ଘରପୋଡି ର କ୍ଷତି ପୂରଣ ପାଇଁ ସ୍ଥାନୀୟ ତହସିଲଦାର ସରକାର ଙ୍କୁ ରିପୋର୍ଟ ପ୍ରେରିତ କରିବା ପାଇଁ ନିର୍ଦ୍ଦେଶ ଦେବାରୁ ରିପୋର୍ଟ ପଠାଯାଇଛି । ଅତିରିକ୍ତ ତହସିଲଦାର ନିଜେ ଯାଇ ପରିବାର କୁ ଦରି ଯୋଗାଇଛନ୍ତି । ଆଜି ମାନ୍ୟବର ବିଧାୟକ ନର୍ଲା ଭୂପିନ୍ଦର ସିଂ ଓ ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ କାର୍ଯ୍ୟକାରୀ ଅବିନାଶ ଠାକୁରଙ୍କ ନିର୍ଦ୍ଦେଶ କର୍ମେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ୍ କୁମାର ସାହୁଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ସାହୁ, ବୋରପଦର ପଞ୍ଚାୟତ ଯୁବ ନେତା ସୁଶାନ୍ତ ସାହୁ, ଅନିରୁଦ୍ଧ ସାହୁ ପ୍ରମୁଖ ତାଙ୍କ ଘରକୁ ଯାଇ କିଛି ଦିନର ରାସନ୍ ସାମଗ୍ରୀ ଯୋଗାଇଛନ୍ତି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କଳାହାଣ୍ଡି ରୁ ବୁଦ୍ଧେଶ୍ୱର ଚୌଧୁରୀ ଙ୍କ ରିପୋର୍ଟ, କୋଶଲ ନ୍ୟୁଜ୍। 0 14 Share FacebookTwitterWhatsAppEmailFacebook MessengerTelegramPrint