Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପରିସର ମଧ୍ୟରେ ଏସ.ଡି.ପି.ଓଙ୍କ ନୂତନ କାର୍ଯ୍ୟାଳୟ ସାଉଥ ୱେଷ୍ଟର୍ନ ରେଞ୍ଜର ଡ଼ିଆଇଜି ସେଫିନ ଅହମ୍ମଦ କେଙ୍କର କରକମଳରେ ଉଦଘାଟିତ ହୋଇଯାଇଛି | ଏହି ନୂତନ କାର୍ଯ୍ୟାଳୟ ର ପ୍ରତ୍ୟେକ ପ୍ରକୋଷ୍ଠରେ ବେଲୁନ ଲଗାଇ ସାଜସଜ୍ଜା କରାଯାଇଥିଲା ଓ ପୂଜା ଅର୍ଚନା କରାଯାଇଥିଲା | ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲା ଏସ.ପି ବି. ଗଙ୍ଗାଧର ,କେସିଙ୍ଗା ଏସଡ଼ିପିଓ ଏସ. ସୁଶ୍ରୀଙ୍କ ସମେତ ନର୍ଲା ,ଲାଞ୍ଜିଗଡ ଆଇଆଇସି ଅଶୋକ କୁମାର ମହାପାତ୍ର ,ବିଶ୍ୱନାଥପୁର,ପଲମ,ଉତ୍କେଲା, ଏମ ରାମପୁର ପ୍ରମୁଖ ସମସ୍ତ ଥାନା ଓ ଫାଣ୍ଡି ଅଧିକାରୀ ଏହି ଉତ୍ସବ ରେ ଯୋଗ ଦେଇଥିଲେ | ଏହି ନୂତନ କାର୍ଯ୍ୟାଳୟକୁ ଓଡିଶା ଷ୍ଟେଟ ପୋଲିସ ହାଉସିଂ ଏବଂ ଭବାନୀପାଟଣା ୱେଲ ଫେୟାର କର୍ପୋରେସନ ଲିମିଟେଡ଼ ଦ୍ୱାରା ନିର୍ମାଣ କରାଯାଇଥିଲା | କେସିଙ୍ଗା ଆଇଆଇସି ଅଶୋକ କୁମାର ମହାପାତ୍ର ,ମହିଳା ଆଇଆଇସି ଦିପାଞ୍ଜଳି ପ୍ରଧାନ ପ୍ରମୁଖ ଏହି ଉଦଘାଟନୀ ଉତ୍ସବ ରେ ପରିଚାଳନା କରିଥିଲେ |ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍। 0 41 Share FacebookTwitterWhatsAppEmailFacebook MessengerTelegramPrint