Share କୋଶଲ ନ୍ୟୁଜ୍ ବ୍ୟୁରୋ :- ଭବାନୀପାଟଣା : ଗତକାଲି ଏକ ସଡକ ଦୃଘଟଣାରେ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିବେକ ସ୍ବାଇଁ ଙ୍କ ମୃତ୍ୟୁ ହୋଇଥିଲା । ଆଜି କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ତରଫରୁ ଦଳୀୟ କାର୍ଯ୍ୟାଳୟରେ ତାଙ୍କ ଆତ୍ମା ର ସଦଗତି ପାଇଁ ଶୋକସଭା ହେବାସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସୂଚନାଯୋଗ୍ୟ ଯେ ମ.ରାମପୁର ଆଏଁଲପାଲି ପାଖ ପୁଞ୍ଜିପଥର ଘାଟି ଓଲ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ବିଜେଡି ବରିଷ୍ଠ ନେତା ଭବାନୀ ଶଙ୍କର ମିଶ୍ର, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଯୁବ ବିଜେଡି ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଯୁବନେତା ସାମନ୍ତ ଖମାରୀ, ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ମହମ୍ମଦ ଇସମାଇଲ, ଗୋବିନ୍ଦ ତାଣ୍ଡି, ଯୁବନେତା ଲବଣୀ ମହାନନ୍ଦ, ମହମ୍ମଦ ମୋସିମ, ମଧୁସୂଦନ ନାଗ, ଶ୍ରୀଚନ୍ଦନ ନାଏକ, ହାରୁନ ମହମ୍ମଦ, ସିବା ସାହୁ ପ୍ରମୁଖ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । 0 7 Share FacebookTwitterWhatsAppEmailFacebook MessengerTelegramPrint