Share କୋଶଲ ନ୍ୟୁଜ୍ ବ୍ୟୁରୋ :- ନବରଙ୍ଗପୁର ଅଧ୍ୟାପକଙ୍କ ମାନବିକତା । ଖାଦ୍ୟ ଅନୁଷଣରେ ଯାଇ ମୁହଁ ରେ ପ୍ଲାଷ୍ଟିକ ଡବା ଲାଗିଯାଇଥିବା ଏକ ବୁଲା କୁକୁର ର ମୁହଁରୁ ପ୍ଲାଷ୍ଟିକ ଡବା ବାହାର କରି ମଣିଷତ୍ୱ ଦେଖାଇଲେ ଅଧ୍ୟାପକ । ଭୋକ ରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ଅନ୍ବେଷଣରେ ବାହାରି ଥିଲା ଏକ ବୁଲା କୁକୁର । ଏକ ପ୍ଲାଷ୍ଟିକ ଡବା ଭିତରେ କିଛି ଖାଇବା ଦେଖି ସେହି ଭିତର କୁ ମୁହଁ ଭରିଦେଇ ଥୁଲା କୁକୁର । କୁକୁର ଜାଣିନଥିଲା ଯେ ସେହି ପ୍ଲାଷ୍ଟିକ ଡ଼ବା ତା ପାଇଁ ବିପଦର କାରଣ ହେବ ବୋଲି । ଖାଦ୍ୟ ଖାଇବ କଣ ଓଲଟି ସେହି ଡବା ଭିତରେ କୁକୁର ର ମୁହଁ ଫସି ଯାଇ ଆଉ ବାହାରି ନ ଥିଲା । କୁକୁର କଷ୍ଟ ପାଇଁ ଛଟପଟ ହୋଇ ଯାଉଥିଲା । ମୁହଁ ରେ ପ୍ଲାଷ୍ଟିକ ଡବା ଥିବାରୁ କିଛି ଦେଖୁ ନ ପାରି ଏଣେ ତେଣେ ବୁଲିବାକୁ ଲାଗିଲା । ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଗତ ଦୁଇ ଦିନ ଧରି କୁକୁର ମୁହଁ ରେ ପ୍ଲାଷ୍ଟିକ ଡବା ଲାଗି ରହିଥିଲା । କୁକୁର ର କଷ୍ଟ ଅନ୍ୟ ମାନଙ୍କ ନଜର କୁ ଆସିଲା କିନ୍ତୁ ଭୟରେ କେହି ତା ପାଖକୁ ଯିବାକୁ ସାହସ କରିନଥିବା ବେଳେ, ଆଉ କେହି କେହି ଦେଖି ଅଣଦେଖା କରି ନଜର ଅଡେଇ ଚାଲିଯାଇଥିଲେ । ଦୁଇ ଦିନ ଧରି କଷ୍ଟ ପାଇ କୁକୁର ଛଟପଟ ହଇ ଯାଇଥିଲା ଏହା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ଅଧ୍ୟାପକ ନଳିନୀ ଦାଶ ଙ୍କ ନଜର କୁ ଆସିବା ପରେ । ସାଙ୍ଗେ ସାଙ୍ଗେ ଯେ ବିନା କୌଣସି ଭୟରେ କୁକୁର ମୁହଁ ରୁ ପ୍ଲାଷ୍ଟିକ ଡବା ବାହାର କରି କୁକୁର ର କଷ୍ଟ ଦୂର କରିଲେ । ଅଧ୍ୟାପକଙ୍କ ଏହି ମହାନତା କୁ ଯାହା ସ୍ଥାନୀୟ ଅଂଚଳ ରେ ଚର୍ଚ୍ଚା ପାଲଟିଛି ଏବଂ ପଶୁ ପ୍ରେମୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । 0 7 Share FacebookTwitterWhatsAppEmailFacebook MessengerTelegramPrint