Share କୋଶଲ ନ୍ୟୁଜ୍ ବ୍ୟୁରୋ :- ନବରଙ୍ଗପୁର:- ସମ୍ବିଧାନ ପ୍ରଣେତା ଡାକ୍ତର ବି ଆର୍ ଆମ୍ବେଦକର ଙ୍କ ୬୪ ତମ ମହା ପ୍ରଣାୟ ଦିବସ ଚନ୍ଦହାଣ୍ଡି ବ୍ଲକ୍ ଅନ୍ତର୍ଗତ ଖପରାଡିହି ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆମ୍ବେଦକର ଯୁବ ମଞ୍ଚ ଆନୁକୁଲ୍ୟରେ ରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଦିବସ ରେ ମୁଖ୍ୟ ଅତିଥି ଭାବେ ଆଇନଜୀବି ତଥା ଦଳିତ ନେତା କ୍ଷେମରାଜ୍ ବାଘ ଯୋଗ ଦେଇ ଆମ୍ବେଦକର ଙ୍କ ତ୍ୟାଗପୁତ ଜୀବନୀଉପରେ ଆଲୋଚନା କରିବା ସହ ଆମ୍ବେଦକର ଙ୍କ ଭଳି ଜଣେ ବାଗ୍ମୀ ପୁରୁଷ ଭାରତ ରେ ଜନ୍ମ ଗ୍ରହଣ କରିଥିବାରୁ ଭାରତ ଗର୍ବିତ ଓ ସେ ବହୁଜନ ସମାଜ ର କର୍ଣ୍ଣଧାର ବୋଲି ପ୍ରକାଶ କରିଥିଲେ। ଆମ୍ବେଦକର ଯୁବ ମଞ୍ଚ ର ବିଟୁ ଜଗତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜୟଲାଲ୍ ଜଗତ,ହରିଶ୍ଚନ୍ଦ୍ର ସୁନାନି,ମୋହନ ନାଗ,କୃଷ୍ଣ ବାଘ,ପ୍ରକାଶ ଦୁର୍ଗା,ମଳୟ ସୁନା,ଗୁଡୁସୁନା,ଜଗମୋହନ ସୁନାନି ମଣ୍ଟୁ ବାଘ, ଟିକ୍ ଚନ୍ ଦୁର୍ଗା ପ୍ରମୁଖ ଯୋଗ ଦେଇ ଆମ୍ବେଦକର ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ। 0 20 Share FacebookTwitterWhatsAppEmailFacebook MessengerTelegramPrint