ନବରଙ୍ଗପୁର:-ମହାଶିବରାତ୍ରିକୁ ନେଇ ସମସ୍ତ ଶୈବ ପୀଠରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର କେଲିଆ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଯାହାକି ରାଜା ରାଜୁଡା ଅମଳରୁ ଏହି ଅଞ୍ଚଳର ଭକ୍ତ ମାନେଙ୍କ ଦୁରା ପୂଜା ପାଉଛନ୍ତିବାବା ଝଡ଼େଶ୍ୱର ମହାଦେବ । ଦୀର୍ଘ 200 ବର୍ଷରୁ ଉର୍ଦ୍ଧହେବ ଏହି ଶୈବ ପୀଠରେ ଅଂଚଳର ଜନସାଧାରଣ ମାନେ ଜାଗର ଉତ୍ସବ ମହା ଆଡମ୍ବରରେ ପାଳନ କରିଆସୁଛନ୍ତି । ମହା ଶିବରାତ୍ରିରେ 30 ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ପରିଚାଳନା କମିଟି ଦ୍ୱାରା କରା ହଇଥିଲା ।ଆଜି ପବିତ୍ର ଜାଗର ଉପବାସ ଥିବାରୁ ଭକ୍ତମାନେ ନିଜ ନିଜର ମନସ୍କାମନା ପୂରଣ କରିବା ପାଇଁ ମହାଦେବଙ୍କ ମନ୍ଦିରରେ ରାତି ଅନିଦ୍ରା ହୋଇ ଉଜାଗରେ ଜାଗର ଜାଳିଛନ୍ତି ଏବଂ ଶେଷରେ ହରିହର ଭେଟ ପରେ ରାତି 10 ଘଣ୍ଟା ସମୟରେ ମନ୍ଦିର ଉପରକୁ ଉଠିଲା ମହାଦୀପ । ରାତ୍ରିରେ ମଧ୍ୟ ଏଠାରେ ମେଳା ଲାଗେ ଏଵଂ ଏହି ଅବସରରେ କମେଟି ପକ୍ଷରୁ ସମସ୍ତଙ୍କ ମନରଞ୍ଜନ ପାଇଁ ଆଦିବାସୀ ନାଟକର ମଧ୍ୟ ବ୍ୟବସ୍ଥା ହୋଇଛି ବଳି କମିଟି ସମ୍ପାଦକ ଶ୍ରୀ ଦେବରାଜ ପାତ୍ର ଏଵଂ କମିଟି ସଦର୍ଶ ମାନେ ସୂଚନା ଦେଇଛନ୍ତି।
