
କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର (ତା: ୧୫ ଡିସେମ୍ବର) ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମ ପଞ୍ଚାୟତ ର ନୂଆପଡ଼ା ଗାଁ ରୁଗୁଡ଼ିପଡ଼ା ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ପ୍ରଶାସନ ର ଚରମ ଅବହେଳା ଯୋଗୁଁ ଗାଁ ଲୋକେ ସରକାର ଙ୍କ ମୌଳିକ ସେବାରୁ ବାଦ୍ ପଡିଛନ୍ତି।

ରୁଗୁଡିପଡ଼ା ଗ୍ରାମର ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତାରେ ଲାଇଟ୍ ସୁବିଧା ମଧ୍ୟ ନାହିଁ, ଏତେ ବଡ ଗାଁ କିନ୍ତୁ ଗୋଟିଏ ମାତ୍ର ଲାଇଟ୍, ଗାଁ ର କିଛି ସ୍ଥାନରେ କଂକ୍ରିଟ ରାସ୍ତା ଅଛି ଓ କିଛି ସ୍ଥାନରେ ମାଟି ର ରାସ୍ତା କିନ୍ତୁ ଅତି ନିମ୍ନମାନର କାମ ଯୋଗୁ ଅଳ୍ପ ଦିନରେ କଂକ୍ରିଟ ରାସ୍ତା ଶୋଚନୀୟ ହୋଇପଡିଛି । ଖାଲ ଖମାରେ ପରିଣତ ହୋଇ କମ୍ ଦିନରେ ରାସ୍ତାରୁ କଂକ୍ରିଟ ଉଠି ଯାଇଛି। ଫଳରେ ଲୋକେ ଯାତାୟତ ରେ ଅସୁବିଧା ହଉଚି ଓ ମାଟି ରାସ୍ତାରେ ଚାରିଚକିଆ ଯାନ ମଧ୍ୟ ଯାଇ ପାରୁ ନାହିଁ।

ଏହି ରାସ୍ତା ଉପରେ ସରପଞ୍ଚ ନା ବିଭାଗୀୟ ଅଧିକାରୀଙ୍କ ନଜର ମଧ୍ୟ ପଡୁ ନାହିଁ । ରାସ୍ତା ମରାମତି ଓ ଗ୍ରାମ କୁ ନୁଆ କଂକ୍ରିଟ ଅଥବା ପିଚୁ ରାସ୍ତା ସଂଯୋଗ କରିବାକୁ ସରପଞ୍ଚ ଓ ବିଭାଗୀୟ ଅଧୁକାରୀମାନଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଆଜି ରୁଗୁଡ଼ିପଡା ଗ୍ରାମର କିଛି ଯୁବପିଢି ନିଜ ଉଦ୍ୟମରେ ରାସ୍ତା ଓ ଗଛ ସବୁକୁ ସଫା କରି ରାସ୍ତା ପ୍ରଶସ୍ତି କରଣ କରି ଉଦାହରଣ ସୃଷ୍ଟି କରିଛନ୍ତି । ୧୦-୧୫ରୁ ଅଧିକ ଯୁବକ ( ଚିତ୍ତରଞ୍ଜନ ସାହୁ ,ସୁରେଶ ସାହୁ, ମଂଠୁ ସାହୁ, ରୋହିତ ସାହୁ,ପର ଭୋଇ, ନୀଳକଣ୍ଠ ସାହୁ, ଶକ୍ତିମାନ ସାହୁ, ତେଜରାଜ ସାହୁ, ନୃସିଂହ ସାହୁ, ପୂର୍ଣ୍ଣଚନ୍ଦନ ଓ ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ସହଯୋଗରେ ରାସ୍ତା ସଫା ଓ ପ୍ରଶସ୍ତି କରିଛନ୍ତି।

ଏ ନେଇ ଆମେ ଗ୍ରାମ ବାସି ମାନଙ୍କର ସୁବିଧା ଅସୁବିଧା ସବୁ ପଚାରି ବୁଝି ଥୀଲୁ ଓ ଜାଣିବାକୁ ପାଇଲୁ ଯେ ଗାଁରେ ତିନି ତିନିଟି ବୋରୱେଳ ଥିବା ସ୍ଵତେ ଲୋକ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ବୋରୱେଲ ରୁ ପାଣି ବି କମ୍ ବାହାରୁଚି ଓ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେ।ସରକାର ପ୍ରତ୍ୟେକ ଘରର ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷାଧିକ ଟଙ୍କାର ବ୍ୟୟ ବରାଦରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେହି ଯୋଜନା ଗୁଡ଼ିକ ପ୍ରଶାସନର ଅବହେଳା ଯୋଗୁଁ ଠିକ୍ ଭାବେ ରୂପାୟନ ହୋଇନଥିବାକୁ ନେଇ ସେହି ଯୋଜନା ଗୁଡ଼ିକ ଲୋକମାନଙ୍କ ପାଇଁ ପ୍ରହସନ ପାଲଟିଛି ।

ସବୁଠୁ ମଜା ର କଥା ସରପଞ୍ଚଙ୍କ ଏହା ଉପରେ ଟିକେ ହେଲେ ନଜର ନାହିଁ।ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଙ୍କୁ ଏ ବିଷୟରେ ଅବଗତ କଲେ ମଧ୍ୟ ପ୍ରଶାସନର କିଛି କାର୍ଯ୍ୟାନୁଷ୍ଠାନ ନାହିଁ। ଆଜି କରିବେ କାଲି କରିବେ କହି ପ୍ରଶାସନ ବାବୁମାନେ ନିଜ ଦାୟିତ୍ଵ ରୁ ଓହରୀ ଯାଉଛନ୍ତି।
ପ୍ରଶାସନକୁ କୋଶଳ ନ୍ୟୁଜ୍ ତରଫରୁ ନିବେଦନ ଯଥା ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ସେବାରୁ ବଞ୍ଚିତ ରହିଥିବା ଗ୍ରାମବାସୀ ମାନେ ତାଙ୍କ ମୌଳିକ ଅଧିକାର ପାଇପାରନ୍ତେ।