Share ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ବେହେରାଗୁଡା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ Apr 5, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସମୟରେ ଚୋରା କାଠ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲୁଥିବା ବେଳ ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କାଠ ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହେଉଛି ତ ପୁଣି କେତେବେଳେ ବିଫଳ ମଧ୍ୟ ହେଉଛି ବନ ବିଭାଗ I ତେବେ କୌଣଷି ସୂତ୍ର ରୁ ଖବର ପାଇ ଦୀର୍ଘ ଦିନ ଧରି ନର୍ଲା ରେଞ୍ଜ ଅନ୍ତର୍ଗତ ନର୍ଲା ରୋଡ ଅଞ୍ଚଳ ରେ ଥିବା ଜୀବନ ଧାରା ଏନ୍. ଜି.ଓ କୁ ଲାଗି ରହିଥିବା ବସ୍ତି ଭିତରେ ଥିବା ଏକ କୁଡିଆ ରୁ ଶାଳ ଏବଂ ଶାଗୁଆନ କାଠ କୁ ଜବତ କରିଛି ବନ ବିଭାଗ I ଏହି ଚଢାଉ ଟି ଉତ୍ତର ବନ ଖଣ୍ଡ ଅଧିକାରୀ ନୀତେଶ କୁମାର ଙ୍କ ନିର୍ଦ୍ଧେଶ ରେ ହୋଇଥିବା ବେଳେ ନର୍ଲା ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ଙ୍କ ଦଳବଳ ସହିତ ନର୍ଲା ଥାନା ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ନେଇ ଦିନ ୧୧ ଘଣ୍ଟା ସମୟରେ ଉକ୍ତ କୁଡିଆ କୁ ଚଢାଉ କରିଥିଲେ I ଚଢାଉ ରେ ୧୨୬ ଖଣ୍ଡ କାଠ ତିଆରି ଦୁଆର ବନ୍ଧ ଜବତ କରାଯାଇଥିବା ବେଳେ କାଠ ମାଫିଆ ମଥୁରା ଛତ୍ରୀୟା ଙ୍କ ଦ୍ଵାରା ସ୍ଥାନୀୟ ଜଙ୍ଗଲ ରୁ ଚୋରା କାଠ କାରବାର ହେଉଥିବା ଜଣାପଡିଛି I 0 24 Share FacebookTwitterWhatsAppEmailFacebook MessengerTelegramPrint