Share କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ର ଶ୍ରୀନିବାସ କଲ୍ୟାଣ ମଣ୍ଡପ ଠାରେ ଡାବୁଗାଁ ମଣ୍ଡଳ ସଭାପତି ଜି. ରାଜ ଶେଖର ରାଓ ଙ୍କ ସଭାପତିତ୍ବ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଜିଲ୍ଲା ବିଜେପି ଉପସଭାପତି ଜୟନ୍ତ କୁମାର ପାତ୍ର ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପାର୍ଥି ଭାବେ ଲଢୁଆ ନେତା ପଦ୍ମନ ନାୟକ , ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 “ବନମହୋତ୍ସବ ଅବସରରେ ବୃକ୍ଷରୋପଣ ଓ ପରିବେଶ ସଚେତନତା “ Jul 7, 2025 ବାବୁଲି ପାଳ ରାଜ୍ୟ କାର୍ଯ୍ୟ କାରୀଣି ସଭ୍ୟା ମନୋରମା ନାୟକ , ସଙ୍ଘ ବିଚାରକ ବିଦ୍ୟୁତ କୁମାର ପାତ୍ର ବୋରିଗାଁ ମଣ୍ଡଳ ସଭାପତି ଭାସ୍କର ସୁନା ପ୍ରମୁଖ ଯୋଗ ଦେଇ ବିଜେପି ଦଳର ସଂଗଠନ ମଣ୍ଡଳ ସ୍ତରରେ ମଜବୁତ କରିବା ପାଇଁ ବିଜେପି ର ନୀତି ନିୟମ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ ଥିବା ସମସ୍ତ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ମଂଚ ପରିଚାଳନା ବିଜେପିର ଜିଲା ଉପସଭାପତି ଜୟନ୍ତ କୁମାର ପାତ୍ର କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ଡାବୁଗାଁ ବ୍ଲକ ର ଦୁଇଟି ମଣ୍ଡଳ ଯଥା ଡାବୁଗାଁ ଓ ବୋରିଗାଁ ମଣ୍ଡଳ ର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡାବୁଗାଁ ମଣ୍ଡଳର ମହେଶ ପାତ୍ର,ନରୁ ସିଂ ଓ ବୋରିଗଁ। ମଣ୍ଡଳର ସତମନ ପୁଝାରୀ, ଦସମୁ କଲର,ରତନ କଲର ଅଗ୍ରଣୀ କର୍ମୀ ଙ୍କ ସହଯୋଗ ରେ ସଫଳ ରୂପାୟନ ହୋଇଥିଲା।ଉକ୍ତ ପ୍ରଶିକ୍ଷଣ ଶିବିର ତା୨୨/୧୨ ଓ ୨୩/୧୨ ଦୁଇଦିନ ଧରି ଚାଲିଵ ବୋଲି ମଞ୍ଚ ପରିଚାଳନା କରୁଥିବା ଜିଲ୍ଲା ଉପ ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । 0 11 Share FacebookTwitterWhatsAppEmailFacebook MessengerTelegramPrint