Share ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ଠାରେ ମଦୁଆଙ୍କ ଆଡା ସ୍ଥଳୀ ପାଲିଟିଛି ପଥପ୍ରାନ୍ତ ସୁବିଧା… Jun 7, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର:-.(ଡାବୁଗାଁ ବ୍ଲକ) ଆଦିବାସୀ ଅଧୁଷିତ ଡ଼ାବୁଗାଁ ଅଞ୍ଚଳରେ ସର୍ବସାଧାରଣ ଅନେକ ସ୍ଥାନୀୟ ପର୍ବପର୍ବାଣୀକୁ ଆପଣାଇ ନେଇଛନ୍ତି । ତନ୍ମଧ୍ୟରୁ ବଂଲାନୀ ଅନ୍ୟତମ । ଧାନକଟା ଶେଷ ହେବା ପରେ ଏହି ପର୍ବ ହୋଇଥାଏ । ପୌଷ ମାସର କୌଣସି ମଙ୍ଗଳବାର ଦିନ ଏହି ଆ କୃଷିଭିତ୍ତିକ ପର୍ବ ପାଳନ ହୁଏ । ବଂଲାନୀର ଅର୍ଥ ହେଲା ଗାଁର ମଇଳା , ଆବର୍ଜନାକୁ ନେଇ ଗାଁ ବାହାରକୁ ଫିଙ୍ଗିବା । ବଂଲାନୀର ପୂର୍ବଦିନ ଗ୍ରାମବାସୀ ରାତିରେ ‘ବେହେରନ୍’ ବା ସଭାରେ ବସନ୍ତି । ଗ୍ରାମ ଦେବାଦେବୀଙ୍କ ପ୍ରତିନିଧି, ଶିରା , ପୂଜାରୀ ସମସ୍ତେ ଏକାଠି ଆଲୋଚନା କରନ୍ତି । ତା ପରଦିନ ଗାଁ ସାରା ବଂଲାନୀ ବିମାନ ଏବଂ ଡଲି ବୁଲି ବୁଲି ପ୍ରତି ସାହିରୁ ପ୍ରତ୍ୟେକ ପରିବାରରୁ ଆବର୍ଜନ ସ୍ଵରୂପ ଅଦରକାରୀ ଛାଞ୍ଚୁଣୀ , ଛିଣ୍ଡା ପଘା ଆଦି ସଂଗ୍ରହ କରାଯାଏ । ଅପରାହ୍ନରେ ବାଜା ବାଜଣା ସହ ଗାଁ ଉପକଣ୍ଠରେ ଥିବା ବିଲାନୀ ଭଟାରେ ବିମାନ ଓ ଡ଼ଲିକୁ ପୂଜା କରାଯାଏ ଏବଂ ଆବର୍ଜନା ଫିଙ୍ଗାଯାଏ । ଲୋକଙ୍କ ବିଶ୍ବାସ ଏପରିକଲେ ଗାଁରେ ରୋଗ , ବ୍ୟାଧ , ମହାମାରୀ ହୁଏନାହିଁ । ଆଜିର ‘ ସ୍ଵଚ୍ଛ ଭାରତ ’ ମିଶନର ଏହା ଏକ ପୂରାତନ ପରମ୍ପରା କହିଲେ ଚଳେ। ସନ୍ଧ୍ୟାରେ ବଂଲାନୀ ଭଟାରେ ଗ୍ରାମବାସୀମାନେ ମେଣ୍ଢା , କୁକୁଡ଼ା ମାରି ଖୁଆପିଆ କରି ଘରକୁ ଫେରନ୍ତି । ଏହି ପର୍ବ ଗ୍ରାମବାସୀମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖେ । ଏହା ପରେ କୃଷି ଭିତ୍ତିକ ‘ ଦିଆଲୀ ’ ପର୍ବ ପାଳନ ପାଇଁ ଦିନ ସ୍ଥିର କରାଯାଏ । ‘ ଦିଆଲି ’ ପର୍ବରେ ପ୍ରତ୍ୟେକ ଚାଷୀ ପରିବାର ନୂଆ ଫସଲରେ ଖେଚୁଡ଼ି , ବିରିପିଠା ଆଦି ବ୍ୟଞ୍ଜନ କରି ଗୋରୁଗାଇକୁ ସୁସଜ୍ଜିତ କରି ଗେଟା ପଘା ପିନ୍ଧାରେ ବନ୍ଦାପନା କରି ଖାଇବାକୁ ଦେଇଥାନ୍ତି । 0 18 Share FacebookTwitterWhatsAppEmailFacebook MessengerTelegramPrint