ଆଜିର ରାଶିଫଳ ଗୁରୁବାର ୩୧ ଡିସେମ୍ବର ୨୦୨୦ | ବର୍ଷର ର ଶେଷ ଦିନ |

ତିଥି ପର୍ବଦିବସ: ଗୁରୁବାର ପୌଷ କୃଷ୍ଣ ପ୍ରତିପଦ ଦିବା ୦୯:୩୦:୪୦ ଗତେ ଦ୍ଵିତୀୟା ତିଥି। ମିଥୁନଚନ୍ଦ୍ର ଦିବା ୦୧:୩୭ ଗତେ କର୍କଟଚନ୍ଦ୍ର। ପୁନର୍ବସୁ ରାତ୍ରି ୦୭:୪୮:୧୬ ଗତେ ପୁଷ୍ୟା ନକ୍ଷତ୍ର। ଦାଣ୍ଡ ପହଁରା ଓ ବାଟଓଷା। ଶ୍ରୀଶ୍ରୀବଡ଼ଦାଙ୍କର ୧୧୦ତମ ଶୁଭ ଜନ୍ମ ମହୋତ୍ସବ ଏବଂ ସର୍ବଭାରତୀୟ ସତ୍‌ସଙ୍ଗ ଋତ୍ୱିକ୍‌ ସମ୍ମେଳନ। ଖ୍ରୀଷ୍ଟୀୟ ବର୍ଷ ଶେଷ। ପ୍ରତିପଦ ତିଥିରେ ପାଣିକଖାରୁ ଏବଂ ଦିବା ୦୯:୩୦:୪୦ ଗତେ ଦ୍ଵିତୀୟା ତିଥିରେ ଭେଜିବାଇଗଣ ଭକ୍ଷଣ ନିଷେଧ।

ମେଷ

ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ ଅର୍ଥାତ ନା ହିଁ ସୁଖ ମିଳିବ ନା ହିଁ ଦୁଃଖ ମିଳିବ । ଆଜି ଆପଣଙ୍କ ଖର୍ଚ ବଢିପାରେ । ଆପଣଙ୍କ କାମ କାର୍ଯ୍ୟ ମାମଲାରେ ସବୁ କାମ ଧୀରେ ଧୀରେ ଚାଲିବ । ଆଜି ପୁରୁଣା କାମ ପ୍ରତି ଆପଣଙ୍କର ମନ ଲାଗିବ ନାହିଁ । ଶିକ୍ଷା କ୍ଷେତ୍ରରେ ଆପଣ ଆଗକୁ ବଢିବେ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେଇପାରେ । ବ୍ୟାପାର ଓ ବ୍ୟବସାୟରେ ପ୍ରଗତି କରିବେ । ପରିଜନଙ୍କ ସହିତ କୌଣସି ସୁନ୍ଦର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ ରହିବ ।

ବୃଷ

ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ଯଦି ଆଜି ଆପଣ କିଛି ଖାସ କାମ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ନିଶ୍ଚିତ ରୂପରେ ସଫଳ ହେବେ । ଆପଣଙ୍କୁ କୌଣସି ନୂଆ ଦାୟିତ୍ଵ ମିଳିପାରେ । ଯାହାକୁ ଆପଣ ପୁରା କରି ପାରିବେ । ଆପଣଙ୍କ କୌଣସି ବଡ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଆଜି ଆପଣଙ୍କୁ ଧନଲାଭ ହୋଇପାରେ । କୌଣସି ପୁରୁଣା ସାଥିଙ୍କ ସହ ସାକ୍ଷାତ ହୋଇପାରେ । ବ୍ୟବସାୟିକ ଗତିବିଧିରେ ସଫଳ ହେବେ ଓ କାରୋବାରେ ଧନ ଲାଭର ସ୍ଥିତି ରହିବ । ଯାହା ଉପରେ ଆପଣ କଣ୍ଟ୍ରୋଲ କରି ପାରିବେ ନାହିଁ ।

ମିଥୁନ

ଏହି ରାଶିର ବ୍ୟକ୍ତିମାନେ ଅନ୍ୟର ସାହାର୍ଯ୍ୟ କରିବା ଚକ୍କରରେ ନିଜର କ୍ଷତି କରି ବସିବେ । କାମ କାର୍ଯ୍ୟ ପାଇଁ ଭଲ ପରିସ୍ଥିତି ଉତ୍ପନ୍ନ ହେବ । ଲାଭର ସମ୍ଭାବନା ଅଛି । ଏହି ରାଶିର ଜାତକମାନେ ପାଇଁ ନିଜର ଅନୁଭବ ଦ୍ଵାରା ସବୁ ନିସ୍ପତି ନେବେ । ଏହି ରାଶିର ଲୋକମାନଙ୍କୁ ନିଜର କାମ କାର୍ଯ୍ୟରେ ଆଶା ଠାରୁ ଅଧିକ ସଫଳତା ମିଳିବାର ସମ୍ଭାବନା ଅଛି । ଲମ୍ବା ଯାତ୍ରାର ପ୍ଲାନିଙ୍ଗ ବି ହୋଇପାରେ । ଆର୍ଥିକ ରୂପରେ ଦିନ ବହୁତ ଅନୁକୂଳ ଅଛି । ସପିଙ୍ଗ କରିବା ସମୟରେ ବଜେଟ ଖରାପ ହୋଇଯିବ । କାମ ପ୍ରତି ରୁଚି ବଢିବ ।

କର୍କଟ

ଏହି ରାଶିର ଉତ୍ପାଦନ ସହ ଜଡିତ ଜାତକମାନଙ୍କଙ୍କ ସମୟ ଅନୁକୂଳ ଅଛି । ଉତ୍ପାଦନରେ ବୁଦ୍ଧି ହେବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ ରୂପରେ ସମୟ ବହୁତ ଅନୁକୂଳ ଅଛି । ଜୋଖିମ ପୂର୍ଣ କାର୍ଯ୍ୟରେ ଧନ ପ୍ରାପ୍ତିର ସମ୍ଭାବନା ଅଛି । ଅନାବଶ୍ୟକ ମାମଲାରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । କର୍କଟ ରାଶିର ଜାତକମାନଙ୍କୁ ପାର୍ଟନର୍ସସିପର ଭଲ ଲାଭ ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ଶେୟାର ମାରେକ୍ଟରେ ଭଲ ଲାଭ ମିଳିବ । ବଜାରରେ ଆପଣଙ୍କ ବ୍ୟବସାୟର ଶାଖା ବଢିବ । ସମ୍ଭବତଃ ଆଜି ଘରେ ଆପଣଙ୍କୁ ଅଧିକ ପ୍ରାଥମିକତା ଦେବେ ।

ସିଂହ

ସିଂହ ରାଶିର ଜାତକମାନେ ଆଜି କୌଣସି ମାମଲାରେ ନିଜର ବୁଦ୍ଧି ଓ ବିବେକ ଉପଯୋଗ କରିବେ । ଆଜିର ଦିନ ଆନନ୍ଦଦାୟକ ରହିବ । ଆର୍ଥିକ ଯୋଜନାରେ ସଫଳ ହେବ । ବ୍ୟବସାୟିକ କ୍ଷେତ୍ରରେ କିଛି କାମ ଆରମ୍ଭ କରିବେ । ଅଧିକ ଲୋକମାନଙ୍କ ସହିତ ଆଜି ସମ୍ପର୍କ ରଖିବେ । ଛୋଟ ପ୍ରବାସର ସମ୍ଭାବନା ଅଛି । ଆଜି ସେବା କାର୍ଯ୍ୟ ପାଇଁ ଦିନ ଶୁଭ ଅଛି । ସ୍ୱାସ୍ଥ୍ୟ ବି ଭଲ ରହିବ । ନିଜର ବାଣୀର ମଧୁରତା ଦ୍ଵାରା ଆପଣ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବେ । ପରିଶ୍ରମର ଅପେକ୍ଷାତିତ ପରିଣାମ ମିଳିବା ଦ୍ଵାରା ସେହି କ୍ଷେତ୍ରରେ ଆପଣ ଆଗକୁ ବଢିବେ ।

କନ୍ୟା

ଆପଣ ଆଜି ଦୁବିଧାରେ ରହିବେ । ଆଜି ଅସୁସ୍ଥ ରହି ପାରନ୍ତି । ମାତା ପିତାଙ୍କ ପ୍ରତି ଅଧିକ ଭାବୁକ ହେବେ । ବାଦ ବିବାଦକୁ ସମାଧାନ କରିବେ । ପାରିବାରିକ ଓ ସ୍ଥାୟୀ ସମ୍ପତ୍ତି ବିଷୟ ଉପରେ ଚର୍ଚା କରିବେ । ନିଜର ଓ ଅନ୍ୟ ଲୋକମାନଙ୍କ ସାଥ ମିଳିବ । ଆଜି ଭାଇମାନଙ୍କ ଠାରୁ ଲାଭ ମିଳିବ । କୌଣସି ସୁନ୍ଦର ସ୍ଥାନକୁ ପ୍ରବାସ କରି ପାରନ୍ତି । ଆଜି ଆପଣ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ସମ୍ପର୍କୀୟମାନଙ୍କ ଭାବନାକୁ ପ୍ରାଧ୍ୟାନ ଦେବା ଦ୍ଵାରା ସମ୍ବନ୍ଧ ଭଲ ରହିବ ।

ତୁଳା

ବିଭିନ୍ନ ଯୋଜନାର ବିଷୟ ଉପରେ ଆଜି ଅଧିକ ବିଚାର ବିମର୍ଶ କରିବେ । ପରିବାରରେ ଭଲ ବାତାବରଣ ରହିବ । ଦୂରରେ ଥିବା ବ୍ୟକ୍ତି କିମ୍ବା ସଂସ୍ଥା ସହିତ ଆପଣଙ୍କ ସହ ସମ୍ପର୍କ କରିବେ । ଯାହା ଆଗକୁ ଲାଭକାରୀ ପ୍ରମାଣିତ ହେବ । ନିର୍ଧାରିତ କାର୍ଯ୍ୟ ସମୟ ପୂର୍ବରୁ ସମାପ୍ତ ହୋଇଯିବ । ଅଧିକ ତାଙ୍କ ଖର୍ଚ ହେବ । ଆଜିର ଦିନ ମଧ୍ୟମ ଧରଣର ରହିବ । ପାଚନତନ୍ତ୍ର ସହ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ଅଛି । ଟଙ୍କାବୁଦ୍ଧି ହେବ । ସମାଜିକ ଓ ଆର୍ଥିକ ରୂପରେ ଭଲ ପୋଜିସନ ହାସଲ କରିବେ ।

ବିଛା

କାରୋବାରକୁ ବିସ୍ତାର କରିବାର ଯୋଜନା କରିବେ । କିନ୍ତୁ ଅପେକ୍ଷାତିତ ସଫଳତା ନ ମିଳିବା ଦ୍ଵାରା ମନରେ ଅଶାନ୍ତି ସୃଷ୍ଟି ହେବ । ନେଗେଟିବ ଚିନ୍ତାଧାରାକୁ ମନରୁ ବାହାର କରନ୍ତୁ । ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସହ ବିବାଦ ହୋଇପାରେ । ଧନ ହାନି ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନ୍ୟଥା ବିବାଦ ହୋଇପାରେ । ଆଜି ମନ ସ୍ଥିର ନ ରହିବା କାରଣରୁ ଆପଣ ଅଳ୍ପ ଚିନ୍ତିତ ରହିବେ । କିନ୍ତୁ ନିଜର ଲୋକମାନଙ୍କର ସାହାର୍ଯ୍ୟ ଦ୍ଵାରା ଆପଣ ଶାନ୍ତି ଅନୁଭବ କରିବେ ।

ଧନୁ

ଅଫିସରେ ଆଜି ଆପଣଙ୍କ କାମ ବଢିପାରେ । ଶାରିରୀକ ଓ ମାନସିକ ରୂପରେ ଆଜି ଆପଣ ସୁସ୍ଥ ଅନୁଭବ କରି ପାରନ୍ତି । ଆର୍ଥିକ ଦ୍ରୁଷ୍ଟିରେ ଆଜିର ଦିନ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ସନ୍ତାନ ତରଫରୁ କୌଣସି ସୁଖମୟ ଖବର ମିଳିପାରେ । ବ୍ୟବସାୟୀ କ୍ଷେତ୍ରରେ ଅପେକ୍ଷାତିତ ସଫଳତା ମିଳିବାର ସମ୍ଭାବନା ଅଛି । ଆୟରେ ବୁଦ୍ଧି ହେବ । ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ଗ୍ରହ ଓ ନକ୍ଷତ୍ରର ଯୋଗ ଅନୁକୂଳ ରହିବ ଓ ସେଥିପାଇଁ ଆର୍ଥିକ ଯୋଜନାରେ ସଫଳ ହେବେ । ଅନାବଶ୍ୟକ ଖର୍ଚ ଅଧିକ ରହିବ ।

ମକର

ଚାକିରି କରୁଥିବା ଲୋକମାନଙ୍କୁ କାମ କାରଣରୁ ମାନ ସମ୍ମାନ ପ୍ରାପ୍ତି ହେବ । ଆୟ ଦ୍ରୁଷ୍ଟିରେ ସମୟ ବର୍ତ୍ତମାନ ଅନୁକୂଳ ଅଛି । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କ ଏମିତି କିଛି କଥା ଶିଖିବେ ଯେମିତି କି ରାଜନୈତିକ ଦଳରେ କାର୍ଯ୍ୟ କିପରି କରିବା ଉଚିତ । ଅନ୍ୟମାନଙ୍କ ସହିତ ମିଶି ବିକାଶର ରାସ୍ତାରେ କିପରି ଚାଲିବା ଉଚିତ । ଠିକ ସମୟରେ ଉଚିତ ନିଷ୍ପତି ନେବେ । ଆଉ ଗୁରୁମାନଙ୍କ ଠାରୁ ସାହାର୍ଯ୍ୟ ନେଇପାରନ୍ତି । ବୟସ୍କ ମହିଳାମାନଙ୍କ ଆଶୀର୍ବାଦ ନିଅନ୍ତୁ ଆପଣଙ୍କର ସବୁ ଦୁଖ କଷ୍ଟ ଦୂର ହୋଇଯିବ ।

କୁମ୍ଭ

ଆଜିର ଦିନ ବହୁତ ଭଲ ଭାବରେ ବିତିବ । ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ଓ ପ୍ରସନ୍ନ ରହିବେ । ଲକ୍ଷ୍ମୀଦେବୀଙ୍କ କୃପା ଆପଣଙ୍କ ଉପରେ ରହିବ । ମିତ୍ରମାନଙ୍କ ସହ ସାକ୍ଷାତ କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମ୍ଭବତଃ ବାଦ ବିବାଦ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ପରିଜନଙ୍କ ସହିତ କୌଣସି କଥାକୁ ନେଇ ବାଦ ବିବାଦ ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । କୋର୍ଟ କଚେରୀ କାର୍ଯ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଧନ ହାନି ନ ହେଉ ଏହା ଉପରେ ଧ୍ୟାନ ରଖନ୍ତୁ ।

ମୀନ

ଶେୟାର ବଜାରରେ କୌଣସି ପ୍ରକାରର ନିବେଶ କରନ୍ତୁ ନାହିଁ । ଏମାନେ ଯାହାକୁ ଥରେ ଭଲ ପାଆନ୍ତି ଜୀବନ ସାରା ତାକୁ ହିଁ ଭଲ ପାଆନ୍ତି । ସାଧାରଣ ଭାବେ ଏହି ବ୍ୟକ୍ତି ବହୁତ ପରିଶ୍ରମୀ ଅଟନ୍ତି ଓ ସବୁ କାମକୁ ନିଜ ଶୈଳୀରେ କରିଥାନ୍ତି । ପ୍ରତିଭାବାନ ବ୍ୟକ୍ତି ଅଟନ୍ତି ଜ୍ଞାନ ଆହରଣରେ ଏମାନେ ମାହୀର ଅଟନ୍ତି । ଆଜିର ଦିନ ମିଶ୍ରିତ ରହିବ । ଭଲ କରିବା ପାଇଁ ଆପଣ ଚେଷ୍ଟା କରିବେ କିନ୍ତୁ ସଫଳତା ହାସଲ କରି ପାରିବେ ନାହିଁ । ବୁଝି ବିଚାରୀ ସମସ୍ତ କାମ କରନ୍ତୁ ଯାହା ଦ୍ଵାରା ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ବହୁତ ଲାଭ ମିଳିବ । 


[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ସେଆର କରନ୍ତୁ
Comments
Loading...