୧୭ ତାରିଖରେ ସରକାରୀ ଛୁଟି

ଭୁବନେଶ୍ୱର ; ୧୭ ତାରିଖରେ ସରକାରୀ ଛୁଟି । ଆସନ୍ତା ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଘୋଷଣା କରିଲେ ରାଜ୍ୟ ସରକାର । ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହିଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏହିଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ ଓ କଲେଜ ବନ୍ଦ ରହିବ । ଜଗତର ନାଥ ଜଗନ୍ନାଥ, ପ୍ରତି ଓଡ଼ିଆଙ୍କ ପ୍ରାଣର ପିଣ୍ଡ ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ ବଡ ଠାକୁରଙ୍କ ବଡ ଦିନରେ ସମସ୍ତେ କିଭଳି ଏହି ଭବ୍ୟ ଆୟୋଜନରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇପାରିବେ ତାକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments
Loading...