ନବରଙ୍ଗପୁର :-ଅଣ୍ଡା ଦରରେ ଲାଗିଛି ନିଆଁ। ପ୍ରଭାବିତ ଅଙ୍ଗନବାଡି କେନ୍ଦ୍ର। ମଧ୍ୟାହ୍ନ ଭୋଜନର ଥାଳିରେ ଅଣ୍ଡା ଖେଳୁଛି ଲୁଚକାଳି। ସରକାର ଅଣ୍ଡା ପ୍ରତି ୫ ଟଙ୍କା ଦେଉଛନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ କିନ୍ତୁ ୮ ଟଙ୍କା। ରାଜ୍ୟର ଆଉ କିଛି ସ୍ଥାନରେ ଅଣ୍ଡା ଦର ୮ ରୁ ୯ ଟଙ୍କାରେ ପହଞ୍ଚିଲାଣି। ଏହାର ଅର୍ଥ ରାଜ୍ୟ ସରକାର ଦେଉଥିବା ଟଙ୍କା ଓ ବଜାର ଦର ଭିତରେ ପାଖାପାଖି ୩ ଟଙ୍କା ଫରକ। ଏକଥା ସରକାର ମଧ୍ୟ ଜାଣିଛନ୍ତି। ଏଭଳିସ୍ଥିତିରେ ଅଙ୍ଗନବାଡି କର୍ମୀ ଲାଚାର। କେତେବେଳେ ବାଁ ଡାହାଣ କରି ତ ଆଉ କେତେବେଳେ ପିଲାଙ୍କ ସଂଖ୍ୟାକୁ ବଢାଇ ଅଣ୍ଡା ଦେବାକୁ ବାଧ୍ୟ ହେଉଛନ୍ତି। ପ୍ରସୂତୀଙ୍କୁ ମାସକୁ ୧୨ଟି ଅଣ୍ଡା ଦେବା ଲାଗି ନିୟମ ରହିଛି। କିନ୍ତୁ କିଛି ସ୍ଥାନରେ ଦିଆଯାଉଛି ମାତ୍ର ୧୦ଟି। ସେହିପରି ସପ୍ତାହକୁ ୫ ଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନି। ଅପର ପକ୍ଷରେ ସ୍ୱଳ୍ପ ବେତନରେ ଅଙ୍ଗନବାଡି କର୍ମୀ ପିଲାଙ୍କ ପାଇଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା କେବଳ ଡାବୁଗାଁ ବ୍ଲକ କି ନବରଙ୍ଗପୁର ଜିଲ୍ଲାର ସମସ୍ୟା ନୁହଁ ସାରା ରାଜ୍ୟରେ ଏପରି ସ୍ଥିତି।ଗୋଟିଏ ଅଣ୍ଡା ଟ୍ରେକୁ ୨୦୦ ଟଙ୍କା ପଡ଼ୁଛି। ଅଣ୍ଡା ଗୋଟା ୮ଟା ପଡ଼ୁଛି ବୋଲି ଅଙ୍ଗନବାଡ଼ି ଦିଦି କହିଛନ୍ତି। ଗାଁ ଗହଳିରେ ତୋ ଅଣ୍ଡା ୧୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।
ଏବିଷୟରେ ଅଙ୍ଗନୱାଡି ସଂଘଗୁଡିକ ଜିଲ୍ଲାପାଳ, ଡ଼ିସଦେବ୍ଲୁ, ତଥା ସିଡିପିଓ ଙ୍କୁ ମଧ୍ୟ ବାରମ୍ବାର ଅବଗତ କରିଛନ୍ତି। ମାତ୍ର ଏଯାଏ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏହି ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆମେ ଡାବୁଗାଁ ସିଡିପିଓ ଙ୍କୁ ଯଗାଯୋଗ ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯଗାଯୋଗ ହୋଇ ପାରିଲା ନାହିଁ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟି ଦୂର କରିବା। କିନ୍ତୁ ସେହି ଯୋଜନାରେ ଶିଶୁ ଓ ପ୍ରସୂତୀଙ୍କୁ ଠିକରେ ଅଣ୍ଡା ନମିଳିବା ଚିନ୍ତାଜନକ ବିଷୟ। ଏହି ବିଷୟରେ ସରକାର କିଛି ପଦକ୍ଷେପ ନେଲେ କିଛି ପରିମାଣରେ ଅଙ୍ଗନବାଡି କର୍ମୀ ମାନଙ୍କୁ ଆଶ୍ବସ୍ତି ମିଳି ଥାନ୍ତା ବଳି ଅଙ୍ଗନବାଡି କର୍ମୀ ମାନେ ମାତବ୍ୟକ୍ତ କରିଛନ୍ତି।