ମିଶନ ଫେଲ୍ ରେ ବି ଖୁସି ମାନଉଛି ଡାବୁଗାଁ ବନବିଭାଗ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର :- ମିଶନ ଫେଲ୍ ରେ ବି ଖୁସି ମନାଉଛି ଡାବୁଗାଁ ବନବିଭାଗ , ଫୋଟୋ କାଡି ଉପରସ୍ଥ ଅଧିକାରୀଙ୍କ ଠାରେ ବାଃ ବାଃ ନେବାରେ ଲାଗିଛନ୍ତି ଡାବୁଗାଁ ବନାଞ୍ଚଳ କର୍ମଚାରୀ , ଦୀର୍ଘ ୮ ଘଣ୍ଟାର ରେଶକ୍ୟୁ ପରେ ବି ଛଟିଆ ହେଟାବଘ କୁ ଉଦ୍ଧାର କରିବାରେ ବିଫଳ ହୋଇ ଲଜ୍ଜିତ ହେଲେ ବନବିଭାଗ । ଖାଲି ସେତିକି ନାହିଁ ଡାବୁଗାଁ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲ କ୍ଷେୟ ହେବା ରେ ଲାଗିଛି ଏହା ଫଳରେ ବନ୍ୟଜନ୍ତୁ ସବୁ ଗାଁ ମୁହାଁ ହେଉଛନ୍ତି । ବାରମ୍ବାର ଗ୍ରାମବାସୀ ଏବଂ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଜଙ୍ଗଲ କ୍ଷୟ ପାଇଁ ସିଧାସଳଖ ବନବିଭାଗ କୁ ଦାଇ କରିବା ପରେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି ।ଏଭଳି ଯଦି ହୁଏ ଆଗାମୀ କିଛି ଦିନ ମଧ୍ୟରେ ଡାବୁଗାଁ ଅଞ୍ଚଳରୁ ବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବା ଏଥିରେ ସନ୍ଧେହ ନାହିଁ ।
Comments
Loading...