Share ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ବେହେରାଗୁଡା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ Apr 5, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଗୋଛାଡେଙ୍ଗନ ଗ୍ରାମ ପଞ୍ଚାୟତ ଅଧିନସ୍ଥ ତାଳକୁନା ଗ୍ରାମ ରେ ଗୋଟିଏ ଦିବସ ବିଶିଷ୍ଟ ରବିବାର ଦିନ ତାଳକୁନା ନେତାଜୀ ଷ୍ଟାଡିୟମ ରେ ଉଦଯାପିତ ହୋଇଯାଇଛି। ଏଠାରେ ୮ ଟି ଦଳ ଅଂଶଗ୍ରହଣ କରିଥିଲେ ସେଥି ମଧ୍ୟରୁ କୁଜାମହୁଳ ଓ ଗୁନିମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁନିମୁଣ୍ଡା ଦଳ ବିଜୟୀ ହୋଇଥିଲେ । ମ୍ୟାଚ ର ଧାରା ବିବରଣୀ ବୁଳେସ୍ ପଧାନ ଦେଇ ଥିବା ବେଳେ କ୍ରୋର ମଗଶିର ପୁଟା ରହିଥିଳେ। ମୁଖ୍ୟ ଅତିଥି ବେଣୁଧର ଭୋଇ ଗାଁ (ସଭାପତି) ଓ ନେତାଜୀ ଯୁବକ ସଂଘ ର କର୍ମକର୍ତ୍ତା ଇଶ୍ଵର ପାତ୍ର, ଦିନବନ୍ଧୁ ପଧାନ,ଭୂଜରାଜ ପାତ୍ର ଓ ଯୁବ ସାମ୍ବାଦିକ ପଦ୍ମନାଭ ନାଏକ ଉପସ୍ଥିତ ଥିଲେ।ପରି ଶେଷରେ ମୁଖ୍ୟ ଅତିଥି ବେଣୁଧର ଭୋଇ ବିଜୟୀ ଦଳକୁ ଟ୍ରଫି ଓ ୨୫୦୦ଟଙ୍କା ଓ ରନସ୍ ଦଳକୁ ୨୦୦୦ଟଙ୍କା ପ୍ରଦାନ କରିଥିଲେ । 0 5 Share FacebookTwitterWhatsAppEmailFacebook MessengerTelegramPrint