Share କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ଅମ୍ବତୋଟାରେ ବ୍ଲକ କଂଗ୍ରେସ ର ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ କଂଗ୍ରେସ ର ନୂତନ ବ୍ଲକ କମିଟି ଚୟନ କରାଯାଇଛି | ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଏଥିରେ ବ୍ଲକ ସଭାପତି ଭାବେ ଜି॰ ସାଇ ରାଜୁ, ଉପସଭାପତି ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା, ଗୁପ୍ତ ବିଶୋୟୀ ଓ ବାବି ଜେନା, ସାଧାରଣ ସମ୍ପାଦକ ବଂଶୀଧର ମାଝୀ, କୋଷାଧ୍ୟକ୍ଷ ଭାବେ ଶଶୀଧର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ଭାବେ ପ୍ରଦୀପ ଜେନା (ପିଣ୍ଟୁ) ଏବଂ ୧୨ ଜଣ ସଭ୍ୟ ଙ୍କୁ ଚୟନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତ୍ରା, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଦ୍ଵାରିକା ମହାପାତ୍ର, ଡାବୁଗାଁ ଜିଲ୍ଲାପରିଷଦ ସଭ୍ୟା ମାଳତି ମାଝୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ| 0 85 Share FacebookTwitterWhatsAppEmailFacebook MessengerTelegramPrint