Share କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ତା.୧୮.୦୧.୨୦୨୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ତୁନଗାଁ ଠାରୁ ଅଁଳାଗୁଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ହେବାର ଅଳ୍ପ ଦିନ ପରେ କଦର୍ଯ୍ୟ ହେବାକୁ ବସିଥିବା ଅଭିଯୋଗ ହେଉଛି । ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ ହୋଇଥିବା ଏହି ରାସ୍ତା ତୁନଗାଁ ଠାରୁ ୧ କି.ମି. ସେମେଂଟ କଂକ୍ରିଟ ରାସ୍ତା ସହିତ ମୋଟ ୭ କି.ମି. ୬୩୦ ମି. ରାସ୍ତା ନିର୍ମାଣ କରାଯାଇଥିବା ଜଣାପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ୟାକେଜ ନଂ. ଓଆର-୧୫-୪୩୭/ବି-୧ ରେ ୨କୋଟୀ ୬୫ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ କରାଯାଇଥିବା ଏହି ରାସ୍ତା ଗତ ୨୫.୦୬.୨୦୧୯ ରେ ଆରମ୍ଭ କରାଯାଇ ୨୪.୦୩.୨୦୨୦ ଦିନ ଶେଷ ହେବାକୁ ଥରଲେହେଁ ଅଳ୍ପ କିଛିଦିନ ହେବ ଏହାର ନିର୍ମାଣ ଶଷେ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ । ରାସ୍ତା ନିର୍ମାଣ ଶେଷ ହେବାର ଅଳ୍ପ ଦିନ ପରେ ନିମ୍ନ ମାନର ରାସ୍ତା ନିର୍ମାଣ ହୋଇଥିବା ଯୋଗୁଁ ରାସ୍ତା ର ପିଚୁ ଉଠିଯାଇ ଗେଟିପଥର ସବୁ ମଧ୍ୟ ଉଠିଯିବାକୁ ବସିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ନିର୍ଦ୍ଧାରିତ ପରିମାଣରେ ସାମଗ୍ରୀ ବ୍ୟବହାର କରାଯାଇନଥିବା ହେତୁ ଅଳ୍ପ ଦିନ ମଧ୍ୟରେ ରାସ୍ତା ଅବସ୍ଥା ପୂର୍ବବତ ହୋଇଯାଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେବାର ପାଂଚ ବର୍ଷ ପର୍ଯ୍ୟନ୍ତ ମରାମତି ବ୍ୟବସ୍ଥା ଥିବା ଜଣାପଡିଛି । ନିମ୍ନ ମାନର ରାସ୍ତା ନିର୍ମାଣ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କଲେ ମରାମତି ବ୍ୟବସ୍ଥା ଥିବା ବିଷୟ କହୁଛନ୍ତି କିନ୍ତୁ ଅତି ଅଳ୍ପ ବହଳର ଗେଟି ପକାଇ ପିଚୁ କରି ନିମ୍ନ ମାନର ରାସ୍ତା ନିର୍ମାଣ ବିଷୟରେ ସନ୍ତୋଷ ଜନକ ଉତର ଦେଇପାରୁନଥିବା ଜଣାପଡିଛି । ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଲଡୁଗାଁର ଗୌତମ ଅଗ୍ରୱାଲ ଦ୍ୱାରା ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଉଚ୍ଚ ସ୍ତରରେ ତାଙ୍କର ଲମ୍ବା ହାତ ଥିବା ହେତୁ ଯେତେ ନିମ୍ନ ମାନର କାର୍ଯ୍ୟ କରି ସରକାରୀ ପାଣ୍ଠି ହରିଲୁଟ କଲେ ମଧ୍ୟ ତଦାରଖ କରିବାକୁ କେହିନଥିବା ସାଧାରଣରେ ଆଲୋଚନା ହେଉଛି । ଅନ୍ୟାନ୍ୟ ଖବର ପଢନ୍ତୁ ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର… Jun 22, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି । 0 18 Share FacebookTwitterWhatsAppEmailFacebook MessengerTelegramPrint