Share କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଡାବୁଗାଁ କଲ୍ୟାଣ ମଣ୍ଡପ ରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ମହାସଂଘ ର ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ଅବଧୂତ ସୈ।ଭାଗ୍ୟ ଦାଶ ବାବା, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡମ୍ବରୁ ବାବା, ସୁରଥ ଜେନା, ଶ୍ରୀ ରାମ ମୁଦୁଲି, ସତ୍ୟ ପାଣି, ରାଧା ରମଣ ପାଢ଼ୀ, ପ୍ରଭାତ ସୁନା, ଅମ୍ବିକା ପ୍ରଧାନ, ସୁରେନ୍ଦ୍ର ବିଷୟୀ, ପେଣ୍ଡ୍ରା ପ୍ରସାଦ ନାୟକ, ସୀମା ନାହକ,ବହ୍ଲବ ପାଢି,ଦେବୀ ପ୍ରସାଦ ବ୍ରହ୍ମା,ଅରୁଣ ପ୍ରସନ୍ନ ନାୟକ, ମିହିର ଶଙ୍କର ରାୟ ପାତ୍ର, ଗଗନ ଗନ୍ତାୟତ, ନରେନ୍ଦ୍ର ରାଉଳ,ସୀମାଞ୍ଚଳ ପାଢ଼ୀ, ଭଦେବ ଗଉଡ,ମହେଶ ପାତ୍ର,ସତ୍ୟ ରଞ୍ଜନ ପାତ୍ର, ବାବୁଲି ପାଳ, ନରେନ୍ଦ୍ର ସାହୁ, ନିହାର ବିଷୟୀ, ହିମାଂଶୁ ଶେଖର ବସନ୍ତିଆ, ସତ୍ୟବାନ୍ ନାୟକ, ରମେଶ ପଟ୍ଟନାୟକ,ରମେଶ ପନ୍ନକା, ବିନୋଦ ସାନ୍ତା, ଲକ୍ଷ୍ମୀ ନାରାୟଣ ଗଣ୍ଡା,ରତ୍ନ କଲାର, ନିହାର ଦତ, ଗୋରା ହରିଜନ,ବାଲାଜୀ ମହାଙ୍କୁଡ,ରବି ମହାନ୍ତି, ଶୁସାନ୍ତ ପଣ୍ଡା, ଘାସିରାମ ମାଝୀ,ମଦନ ମୋହନ ପ୍ରଧାନୀ, ରାଜେନ୍ଦ୍ର ନେଗୀ, ନିକ୍ଷିଳ ଗୁପ୍ତା, ପ୍ରସନ୍ନ ପଟ୍ଟନାୟକ, ପଦ୍ମନ ଲମତା, ମିଲୁ ପଣ୍ଡା,ଧର୍ମୁ ଭତରା, ବାଳକୃଷ୍ଣ ଆହୁ, ଚିତ୍ର ସେନ୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ଗାଁ ଗାଁ ରେ ହିନ୍ଦୁ ମହାସଂଘ ଗଠନ ହେବ, ଧର୍ମ ଏବଂ ଦେଶ ବିରୋଧୀ କାର୍ଯ୍ୟ କୁ ସହ୍ୟ କରାଯିବ ନାହିଁ ବୋଲି ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଆହୁରି ମଧ୍ୟ ସେ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ ପାଇଁ ଆହ୍ବାନ ଦେଇଥିଲେ। ସଂଗଠନ କୁ ସୁଦୃଢ କରିବା ପାଇଁ ସୈ।ଭାଗ୍ୟ ଦାଶ ବାବା କହିଥିଲେ। ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉୋଳନ କରିବାକୁ ନରସିଂହ ତ୍ରିପାଠୀ ଆହ୍ବାନ ଦେଇଥିଲେ। ପ୍ରଥମ ବୈଠକ ର ଆଲୋଚନା ଗୋପନୀୟ ଭାବେ ହୋଇଥିବା କାରଣରୁ ଆଲୋଚନା ର ଆଭିମୁଖ୍ୟ ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ୨ୟ ବୈଠକ ରେ ମଞ୍ଚାସୀନ ବ୍ୟକ୍ତି ମାନଙ୍କ ଅବି ଭାଷଣ ରୁ ସ୍ପଷ୍ଟ ଯେ ସଂଘ ବର୍ତ୍ତମାନ ଭାରତକୁ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ କରିବା ପାଇଁ ଉଦ୍ୟମ କୁ ତ୍ବରାନ୍ବିତ କରିବ। ଏହି ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ କାର୍ଯ୍ୟକର୍ତ୍ତା ଆସିଥିଲେ। ହିନ୍ଦୁ ମହାସଂଘ ଏକ ଅଣ ରାଜନୈତିକ ସଂଗଠନ ହୋଇଥିଲେ ମଧ୍ୟ ମହାସଂଘ ପ୍ରତି ବଢୁଥିବା ଜନ ସମର୍ଥନ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସାମାଜିକ ଓ ରାଜନୈତିକ ସମୀକରଣ କୁ ପ୍ରଭାବିତ କରିପାରେ ବୋଲି ବୁଦ୍ଧିଜୀବୀ ମାନେ ଆଶାବାଦୀ ଅଟନ୍ତି। 0 39 Share FacebookTwitterWhatsAppEmailFacebook MessengerTelegramPrint