Share ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଏକ ଅଭାବନୀୟ ଘଟଣା କ୍ରମରେ ମଙ୍ଗଳବାର ରାତ୍ର ପ୍ରାୟ ୮ ଘଣ୍ଡ ସମୟରେ ଶୌଚ ପାଇଁ ଯାଇଥିବା ଦୁଇ ଯୁବକଙ୍କୁ ଏକ ଟିପ୍ପର ଗାଡ଼ି ମାଡ଼ି ଯିବାରୁ ଜଣେ ଯୁବକ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି ମୃତ ଯୁବକ ଜଣକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡ଼ା ର ଗୋବିନ୍ଦ ଗୈଡ ( ୨୫ ) ବୋଲି ଜଣା ପଡିଛି . ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କୁ ସହାୟତାରେ ଟିପ୍ତର ଚକ ତଳୁ ମୃତ ଯୁବକ କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡ଼ା ଭେଲୁଆଗୁଡ଼ା ର ଗୋବିନ୍ଦ ଗୈଡ ( ୨୫ ) ଓ ଡୁମର ଭାଟ୍ଟ ( ୩୫ ) ଆଜି ରାତ୍ରି ପ୍ରାୟ ୮ ଘଣ୍ଟା ସମୟରେ ନିକଟ ଏକ ପୋଖରୀରେ ଶୌଚ ନିମନ୍ତେ ଯାଇଥିଲେ . ତେବେ ସେହି ରାସ୍ତା ଦେଇ ଯାଉଥିବା ଏକ ଟିପ୍ପର ଗାଡ଼ି ଭାରସାମ୍ୟ ହରାଇ ଅଚାନକ ଦୁହିଁଙ୍କ ଉପରେ ମାଡ଼ି ଆସିବାରୁ ଗୋବିନ୍ଦ ଗୈଡ ( ୨୫ ) ଗାଡ଼ିର ଚକା ତଳେ ରହି ଯାଇଥିବା ବେଳେ ଡୁମର ଭାଟ୍ଟ୍ ଛିଟିକି ପଡ଼ିଥିଲା . ଯୋ ଦ୍ବାରା ଘଟଣା ସ୍ଥଳରେ ହିଁ ଗୋବିନ୍ଦ ଗୈଡ ର ମୃତ୍ୟୁ ଘଟିଥିବା ବେଳେ ସୋଭାଗ୍ୟ ବଶତଃ ଡୁମର ଭାଟ୍ଟ ( ୩୫ ) ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା , ଏବଂ ସେ ସାମାନ୍ୟ ଆହତ ହୋଇଥିବା ନେଇ ସୂଚନା ରହିଛି | ଖବର ପାଇ ତୁରନ୍ତ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଟିପ୍ପର ଚକ ତଳୁ ମୃତ ଯୁବକ କୁ ଉଦ୍ଧାର କରିଥିଲେ ତେବେ ଶୌଚ ପାଇଁ ଯାଇଥିବା ଗୋବିନ୍ଦ ଗୈଡ ର ଏପରି ଆକସ୍ମିତ ମୃତ୍ୟୁ ପରେ ତାଙ୍କ ଭେଲୁଆଗୁଡ଼ା ରେ ଶୋକର ଛାୟା ଖେଳିଯାଇଛି । 0 9 Share FacebookTwitterWhatsAppEmailFacebook MessengerTelegramPrint