Share କୋଶଲ ନ୍ୟୁଜ୍ ବ୍ୟୁରୋ :ନବରଙ୍ଗପୁର : ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମ ଲାଲା ଙ୍କ ମନ୍ଦିର ନିର୍ମାଣ ପାଇଁ ସମସ୍ତ ହିନ୍ଦୁ ସଂଗଠନ ତତ୍ପର ହୋଇ କାର୍ଯ୍ୟ କରନ୍ତୁ ବୋଲି ହିନ୍ଦୁ ମହାସଂଘ ର କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର କହିଛନ୍ତି। ହିନ୍ଦୁ ମହାସଂଘ ର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ର ସଭ୍ୟ ଅବଧୂତ ଅନାଦି ବାବା ଙ୍କ ନିମନ୍ତ୍ରଣ ରେ ସେ ଏକ ଧର୍ମ ସଭା ରେ ଯୋଗଦେଇ ସାମ୍ବାଦିକମାନଙ୍କୁ ଏକଥା କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ଯେଉଁଠି ହିନ୍ଦୁ ମହାସଂଘ ର ଶାଖା ବିଦ୍ୟମାନ ସେଠାରେ ମହାସଂଘର କାର୍ଯ୍ୟକର୍ତ୍ତା ମାନେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ କୁ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ରେ ହିନ୍ଦୁ ମହାସଂଘ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ବ୍ୟକ୍ତ କରିଛନ୍ତି। ମଥୁରା ର କୃଷ୍ଣ ମନ୍ଦିର ଉପରେ ପ୍ରଶ୍ନ ପଚାରିବା ପରେ ସେ କହିଥିଲେ ହିନ୍ଦୁ ମହାସଂଘ ର ଗଠନ ତିନି ବର୍ଷ ତଳେ ହୋଇଥିଲା। ସମ ବିଚାରଧାରା ର ଧାର୍ମିକ ସଂଗଠନ ଗୁଡ଼ିକ ସହ ଏ ବିଷୟରେ ଆଲୋଚନା କରି ମହାସଂଘ ତାର ଆଭିମୁଖ୍ୟ କୁ ଖୁବ ଶୀଘ୍ର ସ୍ପଷ୍ଟ କରିବା ବୋଲି ସେ କହିଥିଲେ। ସଂଗଠନ କୁ ସୁଦୃଢ କରିବା ପରେ ଭାରତକୁ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ କରିବା ଦିଗରେ ମହାସଂଘ ଦେଶରେ ଏକ ନିର୍ଣ୍ଣାୟକ ଭୂମିକା ରେ ଅବତୀର୍ଣ୍ଣ ହେବ ବୋଲି ମଧ୍ୟ ସେ ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସୁରଥ ଚନ୍ଦ୍ର ଜେନା, ମୋହେଶ କୁମାର ପାତ୍ର, ଯୋଗେଶ ଗଉଡ, ଗୋବର୍ଦ୍ଧନ ସାନ୍ତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଅନାଦି ବାବା ଧର୍ମ ରକ୍ଷା ପାଇଁ ଆହ୍ବାନ ଦେଇଥିଲେ ଏବଂ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଜାତି ପ୍ରଥା ଓ କୁସଂସ୍କାର ଦୂର କରିବା ଦିଗରେ ମହିମା ଧର୍ମର ଭୁମିକା କୁ ପ୍ରଶଂସା କରିଛନ୍ତି ।ଧର୍ମ ସଭା କୁ ହିନ୍ଦୁ ମହାସଂଘ ର ଜିଲ୍ଲା ସହ ପ୍ରମୁଖ ସୁରଥ ଚନ୍ଦ୍ର ଜେନା ପରିଚାଳନା କରିଥିଲେ। 0 23 Share FacebookTwitterWhatsAppEmailFacebook MessengerTelegramPrint