Share କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ଼ : ଏ ଦୃଶ୍ୟଟି ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ନୁଆଁଡିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଥିବା ରେଙ୍ଗତା ସରକାରୀ ଉଚ୍ଚ ବିଦ୍ୟାଳୟର ଚିତ୍ର ଏଠି ସ୍କୁଲ ଅଛି ଛାତ୍ର ଛାତ୍ରୀ ମଧ୍ୟ ଅଛନ୍ତି ହେଲେ ଶିକ୍ଷାଦାନ କରିବାକୁ ନାହାନ୍ତି ଶିକ୍ଷକ । ଏହି ବିଦ୍ୟାଳୟଟି ଗତ ୨ ହଜାର ୧୫, ୧୬ ମସିହା ଠାରୁ ଅପଗ୍ରେଡର ମାନ୍ୟତା ପାଇଛି କିନ୍ତୁ ଏହି ବିଦ୍ୟାଳୟଟି ଅପଗ୍ରେଡର ମାନ୍ୟତା ପାଇବା ପରଠାରୁ ନବମ ଓ ଦଶମ ଶ୍ରେଣୀ ପାଠ ପଢ଼ାଇବା ପାଇଁ ଜଣେ ହେଲେ ମଧ୍ୟ ଶିକ୍ଷକ ନିଯୁକ୍ତି ପାଇ ନଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ଶିକ୍ଷାଦାନ ଗ୍ରହଣ କରିବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ବିଦ୍ୟାଳୟର ଆବଶ୍ୟକ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଆଜକୁ ଚାରି ବର୍ଷ ହେଲା ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଏଠାରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚି ସୃଷ୍ଟି ହେଉଛି । 0 8 Share FacebookTwitterWhatsAppEmailFacebook MessengerTelegramPrint