Share କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଗୋପାଲପୁର -ରାୟପୁର କୁ ସଂଯୋଗ କରୁଥିବା ୫୯ ନମ୍ବର ଯାତୀୟ ରାଜପଥ ସଢେଲ୍ ଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ I ଗତ କିଛି ଦିନ ତଳେ ସଡକ ଦୂର୍ଘଟଣା ରେ ଜଣେ ୭ ବର୍ଷର ଶିଶୁର ମୃତ୍ଯୁ ହୋଇଥିଲା I ସେହି ସମୟରେ ମ.ରାମପୁର ଥାନା କର୍ମଚାରୀ ଏବଂ ଗାଡି ମାଲିକ୍ କ୍ଷତି ପୁରଣ ଦେବାର ପ୍ରତିଶୃତି ଦେଇଥିଲେ I କିନ୍ତୁ ପରିତାପ ର ବିଷୟ ମୃତ୍ଯୁର ୯ ଦିନ ବିତି ଯାଇଥିଲେ ମଧ୍ଯ ମୃତ ଶିଶୁଙ୍କ ପରିବାରଙ୍କୁ କୌଣଷି କ୍ଷତି ପୂରଣ ନମିଳିବାରୁ ଆଜି ଗୋପାଲପୁର ରାୟପୁର ୫୯ ନଂ ଜାତୀୟ ରାଜପଥ ସଢେଲ ଠାରେ ଅବରୋଧ କରିବା ସାଙ୍ଗକୁ କ୍ଷତି ପୂରଣ ନଦେବା ପର୍ଯ୍ଯନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଚେତାବନି ଦେଇଛନ୍ତି ପରିବାର ଲୋକେ I ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ସତାଧିକ ଯାନବାହାନ ଅଟକି ରହିଛି I ଏନେଇ ମ.ରାମପୁର ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଛି I 0 18 Share FacebookTwitterWhatsAppEmailFacebook MessengerTelegramPrint