Share କୋଶଲ ନ୍ୟୁଜ୍ ବ୍ୟୁରୋ :କୋଷାଗୁମୁଡା ବ୍ଲକ ରେ ଅଯୋଧ୍ୟା ର ଶ୍ରୀରାମ ଜନ୍ମଭୂମି ରେ ମନ୍ଦିର ନିର୍ମାଣ ପାଇଁ ନିଦ୍ଧି ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି। ଏହି ପରି ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକ ରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ପଦ୍ମନ ନାୟକ, ମହାସଂଘ ର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ଅବଧୂତ ସୈ।ଭାଗ୍ୟ ଦାଶ ବାବା, ସନ୍ତୋଷ ପଟ୍ଟନାୟକ, ଦୁର୍ଜନ ମିର୍ଗାନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସଂକୀର୍ତ୍ତନ ସହ ଗାଁ ଗାଁ ବୁଲି ନିଦ୍ଧି ସଂଗ୍ରହ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପବିତ୍ର କାର୍ଯ୍ୟ ରେ ସମସ୍ତ ହିନ୍ଦୁ ସହଯୋଗ କରନ୍ତୁ। ଶହ ଶହ ବର୍ଷ ର ପ୍ରତିକ୍ଷା ର ଅନ୍ତ ହେବାକୁ ଯାଉଛି। ହିନ୍ଦୁ ମାନଙ୍କ ସ୍ବପ୍ନ ସାକାର ହେଉଛି ଏବଂ ଏହା କେବଳ ଏକ ମନ୍ଦିର ନିର୍ମାଣ ପ୍ରକ୍ରିୟା ନୁହେଁ, ବରଂ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ସଫଳତା ବୋଲି ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ବ୍ୟକ୍ତ କରିଥିଲେ। ଏହିପରି ସୈ।ଭାଗ୍ୟ ଦାଶ ବାବା ଏବଂ ବିଜେପି ର ବରିଷ୍ଠ ନେତା ପଦ୍ମନ ନାୟକ ସମଗ୍ର ହିନ୍ଦୁ ସମାଜ କୁ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। 0 28 Share FacebookTwitterWhatsAppEmailFacebook MessengerTelegramPrint