ଦେବଗଡ଼/ଝାରସୁଗୁଡ଼ା: (କୋଶଲ ନ୍ୟୁଜ) ଏ ଅଞ୍ଚଳରେ ଦାବି ଝାରସୁଗୁଡା ରୁ କୁଲାବିରା, କୁଚିଣ୍ଡା, ଦେବଗଡ଼ ଦେଇ ତାଳଚେର_ବିମଳାଗଡ ରେଳପଥ ମାଧ୍ୟମରେ ଧାମରା ଏବଂ ପାରାଦ୍ୱୀପ୍ ବନ୍ଦରକୁ ନୁତନ ରେଳପଥ ନିର୍ମାଣ କରାଯାଉ। ଏହି ରେଳପଥ ଦ୍ବାରା ଝାରସୁଗୁଡା ରୁ ଧାମରା ମଧ୍ୟରେ ୧୦୦ କିମି ଦୁରତା କମିବା ସହିତ ସମୟ ମଧ୍ୟ କମିବ। ମୁଳତ ଏ ଓଡିଶାର ପଛୁଆ ଅବହେଳିତ ଅଞ୍ଚଳ ରେଳସେବା ପାଇବା ସହିତ ବିକାଶ ଧାରାରେ ସାମିଲି ହୋଇ ପାରିବ। ରାଜ୍ୟ ସରକାର ୨୦୧୮ ମସିହାରୁ ଏହି ରେଳପଥର ପ୍ରସ୍ତାବ କେନ୍ଦ୍ର ରେଳବୋଡକୁ ମଞ୍ଜୁରୀ ଉଦ୍ୟଶେରେ ପଠାଇଛନ୍ତି। ଏହା ରାଜ୍ୟ ସରକାରଙ୍କ ରେଳବୋଡ କୁ ପଠାଇଥିବା ପତ୍ର TR 07/18 dtd- 11.09.2019 । ଏହି ରେଳପଥ ପାଈଁ ଦେବଗଡ ଜିଲ୍ଲା ସମେତ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏବଂ ଝାରସୁଗୁଡା ଆଦି ଅଞ୍ଚଳରେ ଦାବି ଜୋରଦାର ହେଉଛି। ଓଡିଶାରୁ କେନ୍ଦ୍ରେ ରେଳମନ୍ତ୍ରୀ ପଦ ପାଇଥାବା ଅଶ୍ବିନୀ ବୈଷ୍ଟବ ଙ୍କ ଉପରେ ଏ ଅବହେଳିତ ଅଞ୍ଚଳ ବାସୀଙ୍କ ଆଶା ଆଙ୍କାକ୍ଷା ଦିଗୁଣିତ ହୋଇଯାଇଛି।
