କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି: ଦିନକୁ ଦିନ କାଠ ମାଫିଆଙ୍କ ରାଜୁତି ବଢି ବଢି ଚାଲୁଥିବାରୁ ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର୍ ଉତ୍ତର ବନଖଣ୍ଡ ଅଧିକାରୀ ଅତିସ କୁମାର ଦାସ ଙ୍କ ନେତୃତ୍ବରେ ଏକ ଟିମ୍ ରାତ୍ରି ସମୟରେ ପେଟ୍ରୋଲଙ୍ଗି କରୁଥିବା ବେଳେ ହରଲଙ୍ଗା ଗ୍ରାମ ପାଖ ୫୯ ନମ୍ବର ଜାତୀୟ ରାଜପଥ ଗୋପାଳପୁର-ରାୟପୁର ଦେଇ ଯାଇଥିବା ରାସ୍ତା ରେ ଏକ ପିକପ୍ ଭ୍ଯାନ୍ କୁ ସନ୍ଦେହ ରେ ଅଟକାଇ ଥିଲେ I ତେବେ ଚାଲକଟି ଗାଡି ଅଟକାଇ ଚମ୍ପଟ ମାରିଥିବା ବେଳେ ଗାଡିକୁ ଦତନ୍ତ କରିଥିଲା ବନ ବିଭାଗ I

