Share ଡାବୁଗାଁ ଅନ୍ତର୍ଗତ ବୋରିଗାଁ ରେ ସ୍ଥାନୀୟ ଦେବାଦେବୀ ମାନଙ୍କୁ ଧର୍ମ ସଭା ଅର୍ଥାତ୍ ପାଟ୍ଟ ମଣ୍ଡେଇ ଗତ ବୁଧବାର ୩ ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି। ବୋରିଗାଁ ,ପାରିଆବେଡା, ଛେଲିବେଡା, ମାଝିଗୁଡା, ଡଙ୍ଗିରୀଗୁଡା, ରାବଣାଗୁଡା,କୋଈଲାରୀ ତଥା ଆଖପାଖ ଅଂଚଳରୁ ଗ୍ରାମ ଦେବାଦେବୀ,ଶିରା ,ଦିଶାରୀ ପୂଜାରୀ ,ମାଝୀ, ନାଇକ୍ ଏବଂ ଅଞ୍ଚଳ ର ଅଧିବାସୀ ଏହି ଧର୍ମ ସଭା ରେ ଉପସ୍ଥିତ ଅଛନ୍ତି। ଭୀମା, ହିଂଲାଜିନ୍ ମାତା, ଠାକୁରାଣୀ ମାଁ, ଖଡିଆ, ପେଣ୍ଡ୍ରାନୀ ମାଏ, ଏବଂ ଅନ୍ୟାନ୍ୟ ପ୍ରମୁଖ ଦେବାଦେବୀ ଅଞ୍ଚଳ ସୁରକ୍ଷା ଓ ସମୃଦ୍ଧି ପାଇଁ ଆଲୋଚନା କରୁଛନ୍ତି। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ମହେଶ ପାତ୍ର, ଦଶମୁ କଲାର, ବିଶ୍ବନାଥ କଲାର, ନରସିଂହ ପନ୍ନକା, ଈଶ୍ୱର ମାଝୀ,ମହାଦେବ ପୂଜାରୀ, ସତମନ ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଆମ ସଂସ୍କୃତି ହିଁ ଆମ ପରିଚୟ । ସଂସ୍କୃତି, ପରମ୍ପରା ଓ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ହିନ୍ଦୁ ମହାସଂଘ କାର୍ଯ୍ୟ କରୁଛି ଏବଂ ଭବିଷ୍ୟତରେ ମଧ୍ୟ କରୁଥିବ ବୋଲି ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ବ୍ୟକ୍ତ କରିଛନ୍ତି। ଏହି ଧର୍ମ ସଭା ଅର୍ଥାତ୍ ପାଟ୍ଟ ମଣ୍ଡେଇ ଆହୁରି କିଛି ଦିନ ଚାଲିବ। 0 19 Share FacebookTwitterWhatsAppEmailFacebook MessengerTelegramPrint