
କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର: ନବରଂଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଚଚରାଘାଟି ପାଖରେ ଦୁଇ ମୋଟର ସାଇକେଲ ମୁହାଁମୁହି ଧକ୍କା ହେବାରୁ ଘଟଣାସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇ ଥିବାସୂଚନା ମିଳିଛି । ସୂଚନାରୁ ପ୍ରକାଶ ଆଜି ସନ୍ଧ୍ୟାରେ ଝରିଗା ଥାନା ଅଧିନସ୍ଥ କାଣ୍ଡସର ଗ୍ରାମର ସାଧୁରାମ ଗୌଡ ଓ ସୋମବାରୁ ଗୌଡ ନିଜ ବାଇକ ଯୋଗେ ଭଉଣୀର ବିବାହ କାର୍ଡ ଛତିଶଗଡ କଛାରପରାରୁ ନିଜ ଗ୍ରାମ କାଣ୍ଡସରକୁ ଫେରୁଥିବା ବେଳେ ବୋକଡାମୁଣ୍ଡି ଗ୍ରାମର ଦୁର ଭାଇ ରମେଶ ଗୌଡ ଓ କ୍ଷେମା ଗୌଡ ଘର ସଉଦା ପାଇଁ ଦେଓବନ୍ଧ ଆସୁଥିବା ବେଳେ ଚଚରାଘାଟି ନିକଟରେ ଦୁଇ ବାଇକ ମୁହାମୁହି ଧକ୍କା ହୋଇ ଯାଇଥିଲା।

