Share କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଳମ ଟୁଷୁଳା ରାସ୍ତା ଉପରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ । ବାରକୋଟ ବ୍ଲକ ବଳମ ଠାରୁ ଟୁଷୁଳା ଯାଇଥିବାର ୧୬ କିଲୋମିଟର ରାସ୍ତା ବଳମ, ରମ୍ଭେଇ, ଦନ୍ତାରିବାହାଳ, କଣ୍ଟାପାଲି ୪ଟି ପଞ୍ଚାୟତର ଲୋକେ ଯାତାୟାତରେ ବହୁତ ହଇରାଣ ହେବା ଦେଖିବାକୁ ମିଳୁଛି । ରାସ୍ତା ଉପରେ ପିଚୁ ମେଣ୍ଟାଲ ଗେଟି ମଧ୍ୟ ସବୁ ଉଠି ଯାଇଥିବା ଦେଖିବାକୁ ମିଳୁଛି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଗତ ୨୦୧୮ ମସିହା RD ବିଭାଗରୁ PWD କୁ ହସ୍ତାନ୍ତର ପରେ ୧୬ କି.ମି. ରାସ୍ତା ମରାମତି ପାଇଁ ମୋଟ ୨୯ କୋଟି ଟଙ୍କା ବ୍ୟୟ ଅଟକଳ ପରିମାଣ କରି ୨୦୧୯ ରେ ଟେଣ୍ଡର ପକ୍ରିୟା ସମାପ୍ତ ହୋଇସାରିଛି । ଏହାପରେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ । ଟେଣ୍ଡର ପାଇଥିବା ଠିକାଦାର କୁଆଡେ ଆଜି ପର୍ଯ୍ୟନ୍ତ ଏଗ୍ରିମେଣ୍ଟ କରୁ ନଥିବାରୁ ରାସ୍ତା କାମ ଆରମ୍ଭ କରୁ ନଥିବା ବିଭାଗିୟ ସୁତ୍ରରୁ ଜଣାପଡିଛି । ସଂପୃକ୍ତ ଠିକାଦାର କାହିଁକି ଓ କେଉଁ କାରଣରୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ କରୁ ନଥିବା କୌଣସି ସଠିକ ତଥ୍ୟ ମିଳି ପାରୁ ନଥିଲେ ମଧ୍ୟ ଉର୍ଚ୍ଚ କର୍ତ୍ତୁପକ୍ଷଙ୍କ ଅବହେଳା ହେତୁ ଏହା ସମ୍ଭବ ହୋଇ ପାରୁ ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପଟେ ରାସ୍ତା କାମର ବିଳମ୍ବ ହେବା କାରଣରୁ ଅଞ୍ଚଳ ବାସୀଙ୍କ ତିବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି ।। 0 16 Share FacebookTwitterWhatsAppEmailFacebook MessengerTelegramPrint