
କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଓ ମେଦନା ଓ ବରଗୁଡ଼ା ଗ୍ରାମରେ ଭୂମିହୀନ ଗରିବ ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରାଯାଇଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋଟ ୨୯୮ ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ । ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବରଗୁଡ଼ାରେ ଆୟୋଜିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୬୮ ଜଣ ଭୂମିହୀନ ଗରିବ ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ ।
