Share କୋଶଲ ନ୍ୟୁଜ୍ ବ୍ୟୁରୋ : ଜାତୀୟ ରାଜପଥ ୪୯ ନମ୍ବର ବସାଲଇ ଗ୍ରାମର ଛକରେ ଏକ ବରଯାତ୍ରୀ କାର ସହିତ ବସାଲଇ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକଙ୍କ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ରବି ନାରାୟଣ ସାହୁ ନାମକ ଜଣେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପି.ଇ.ଟି. ଶିକ୍ଷକ ମାନସ କୁମାର ଦାଶ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଅନ୍ୟାନ୍ୟ ଖବର ପଢନ୍ତୁ କେନ୍ଦ୍ର ସରକାର ଙ୍କ ଧ୍ବଜା ସ୍ୱଚ୍ଛତା ଅଭିଯାନ Oct 9, 2025 ଧୂମଧାମରେ ପାଳିତ ହେଲା ଇଷ୍ଟ ଦେବୀ ମା ରମ୍ଭାଦେବୀଙ୍କ ଗଣପର୍ବ Oct 8, 2025 ସୂଚନା ଅନୁସାରେ ବସାଲଇ ହାଇସ୍କୁଲରୁ କାର୍ଯ୍ୟସାରି ବାଇକ ସଂଖ୍ୟା OD 28 A 2132 ଯୋଗେ ଦେବଗଡ ଅଭିମୁଖେ ଘରକୁ ଫେରୁଥିବା ବେଳେ ବସାଲଇ ଛକ ଠାରେ ଦେବଗଡ ପଟରୁ ଯାଉଥିବା ଏକ ବରଯାତ୍ରୀ କାର OD 14 Q 7950 ମାରୁତି ସ୍ବିପ୍ଟ ଡିଜାୟର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଶିକ୍ଷକ ରବି ନାରାୟଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏବଂ ଶିକ୍ଷକ ମାନସ କୁମାର ଦାଶଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କ ଦେହ ସଂଙ୍କଟାପର୍ନ୍ନ ହେବାରୁ ସେଠାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି କାର ବାଇକ ଓ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଦୁର୍ଘଟଣା ଘଟାଇ କାର ଚାଳକ ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି ।। 0 8 Share FacebookTwitterWhatsAppEmailFacebook MessengerTelegramPrint