ବାବାଜୀମଠ ଗ୍ରାମରେ ଆଜି ମାସ୍କ ସାବୁନ ଓ ସାନିଟର ବଣ୍ଟନ

ଦେବଗଡ଼:( କୋଶଲ ନ୍ୟୁଜ) ସାରା ବିଶ୍ବରେ କରୋନା ମହାମାରୀ ପାଇଁ ଲକ୍ ଡାଉନ୍ ସଟ୍ ଡାଉନ୍ ଚାଲିଥିବା ବେଳେ ବିନା କୌଣସି କାରଣରେ ବାହାରେ ବୁଲାବୁଲି ନ କରିବାକୁ ସରକାର ବାରମ୍ବାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତାକୁ ପହଞ୍ଚାଇବାରେ ଲାଗିପଡିଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମରେ ଅଙ୍ଗନୱାଡ଼ି ଦିଦି ସଞ୍ଜୁକ୍ତା ସାହୁଙ୍କ ତତ୍ବାବଧାନରେ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ମାସ୍କ ସାବୁନ ଓ ସାନିଟର ବଣ୍ଟନ କରିଛନ୍ତି । ଏହା ସହିତ ଲୋକମାନଙ୍କୁ ବିନା କୌଣସି କାରଣରେ ବାହାରେ ବୁଲାବୁଲି ନ କରିବାକୁ ପରାମର୍ଶ ଦେବା ସହ ବାରମ୍ବାର ସାବୁନ ଲଗେଇ ହାତ ଧୋଇବା ପାଇଁ ଆଶା ଦିଦି ମଞ୍ଜୁଲତା କୁମୁରା ସମସ୍ତଙ୍କୁ ବୁଝାଇ କରିଥିଲେ । ଏବଂ ଗ୍ରାମର ଓ୍ବାଡମେମ୍ବର ଶ୍ରୀମତୀ ଗୋମତୀ ଝାଙ୍କର ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments
Loading...