ବାବାଜୀମଠ ଗ୍ରାମରେ କରୋନା ସଚେତନତା ବାର୍ତ୍ତା

ଦେବଗଡ଼: (କୋଶଲ ନ୍ୟୁଜ୍) ସମଗ୍ର ଓଡ଼ିଶା ରାଜ୍ୟରେ ମହାମାରୀ କରୋନାର ସଚେତନତା ପାଇଁ ରାଜ୍ୟ ସରକାର ପ୍ରୟାସ କୁ ସବୁ ସ୍ତରରେ କରୋନା ଯୋଦ୍ଧାମାନେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗାଁ କଲ୍ୟାଣ ସମିତି କୁ ଆର୍ଥିକ ରାଶି ଯୋଗାଇ ଦେଇ ଗାଁ ମାନଙ୍କରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି । ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମରେ ଗ୍ରାମର ଆରମ୍ଭରୁ ମହିଳା ସ୍ବେସ୍ଥ୍ୟକର୍ମୀ କୁମୁଦିନୀ ବେହେରାଙ୍କ ତତ୍ବାବଧାନରେ ଏକ ସଚେତନତା ରାଲି ର ଆୟୋଜନ କରା ଯାଇ ସମଗ୍ର ଗାଁ ପରିକ୍ରମା କରାଯାଇଥିଲା । ଆଶାସାଥି କୁମୁଦିନୀ ବେହେରା ଡ଼ାକବାଜି ଯନ୍ତ୍ର ମାଇକ ଦ୍ୱାରା ବିଭିନ୍ନ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଶୁଣାଉଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ଓ୍ବାଡମେମ୍ବର ଶ୍ରୀମତୀ ଗୋମତୀ ଝାଙ୍କର ଅଙ୍ଗନୱାଡ଼ି ଦିଦି ସଞ୍ଜୁକ୍ତା ସାହୁ ପୁଷ୍ପାଞ୍ଜଳି ଗଡତିଆ ଆଶା ଦିଦି ମଞ୍ଜୁଲତା କୁମୁରା ରାଲି ସହ ସାମିଲ ହୋଇ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।

Comments
Loading...