
କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ଗ୍ରାମରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ, କୋକସରା ତରଫରୁ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଜନସାଧାରଣଙ୍କୁ ବୃକ୍ଷ ରୋପଣ ଉପରେ ସଚେତନତା ବାର୍ତ୍ତା ମାଧ୍ୟମରେ ଆହ୍ବାନ କରାଯାଇ ବୃକ୍ଷ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ସଚେତନ ଜନ ସାଧାରଣ, ବୁଦ୍ଧିଜୀବି, ସମାଜସେବୀ,ଜନ ପ୍ରତିିନିଧି,ମହିଳା ସାମିଲ ଥିଲେ। କାର୍ଯ୍ୟକ୍ରମକୁ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ପ୍ରତିଷ୍ଠାତା ରିକ୍ଷୀରାମ ମେହେର,ମୁଖ୍ୟ ଉପଦେଷ୍ଟା ନିର୍ମଳ ଚନ୍ଦ୍ର ନାୟକ,ମୁଖ୍ୟ ସଭାପତି ମୋହନ ଚରଣ ବିଶି,ମୁଖ୍ୟ ସଂଯୋଜକ ସୁରେନ୍ଦ୍ର କୁମାର ସାହୁ,ମୁଖ୍ୟ ସମ୍ପାଦକ ଦୁର୍ଯ୍ୟୋଧନ ଚଣ୍ଡୀ,ମୁଖ୍ୟ ମାର୍ଗ ଦର୍ଶକ ଭାଗିରଥି ସାଗର ଙ୍କ ସହ ସାହିତ୍ୟ ସଂସଦର ସଦସ୍ୟ ଅଜିତ୍ ଦାସ, ବବୃ ବାହାନ ସାହୁ,ଦୀନବନ୍ଧୁ ବାଗ,ରୋହିତ ନଗେଶ୍, ଅନୁରାଧା କର,ଯଶୋବନ୍ତ ବିଶ୍ଵାଳ, ଶଙ୍ଖା ଖର୍ସେଲ,ରଞ୍ଜନ କୁମାର ପଣ୍ଡା,ଅକ୍ଷୟ ପଟ୍ଟନାୟକ, ବିରଞ୍ଚି ନିଆଲ୍,ଗୋପାଳ ଭାଟି, ଲୋକନାଥ ରେଡି, ଖିରସିନ୍ଧୁ ନାଏ କ
ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।