ଦେବଗଡ଼:(କୋଶଲ ନ୍ୟୁଜ) ଆଜି ଦେବଗଡ଼ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଂଘର ପ୍ରତିଷ୍ଠାତା ତଥା ବିଜେପି ଦଳର ମାର୍ଗଦର୍ଶକ ଡଃ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଜୟନ୍ତୀ ଅବସରରେ ଦେବଗଡ଼ର ଜଳର ଉତ୍ସ ପ୍ରଧାନପାର୍ଟ ଜଳପ୍ରପାତରେ ସଫେଇ କରାଯାଇଛି । ପ୍ରଧାନପାର୍ଟ ଜଳ ପ୍ରପାତ ଅଞ୍ଚଳର ସମସ୍ତ ଯାଗାରେ ସଫେଇ କରାଯାଇଛି । ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମାଙ୍କ ନେତୃତ୍ୱରେ ଯୁବାମୋର୍ଚ୍ଚାର ଶୀବା ମୁଖୀ ସବିତା ଭୋଇ ତ୍ରିନାଥ ଦାସ ପ୍ରିତମ ବେହେରା ଖୁସି ପାତ୍ର ସଂଯୁକ୍ତା ଜେନା ସୁକନ୍ୟା ପାତ୍ର କ୍ରିଷ୍ଣା ପାତ୍ର ସଂଜୀବ ସୁନା ବିଶ୍ଵାଳ ମୁଖୀ ସମୀର ସୁନା ଦୀପକ ମୁଖୀ ଜଗନ୍ନାଥ ଭୋଇ ବଳିଆ ଦେହୁରୀ ଶୁଶାନ୍ତ ପଳେଇ ଦୟାଶଙ୍କର ଦ୍ବିବେଦୀ ବିକି ଦେବ ରାକେଶ ଏକ୍କା ପ୍ରମୁଖ ସଫେଇ କାର୍ଯ୍ୟରେ ଯୋଗଦେଇଥିଲେ ।
