


ଆଜି କେବଳ ଦୋକାନ ବଜାର ସହିତ ଅନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । ଅଫିସ୍ ଖୋଲା ରହିବା ହେତୁ ଯାନବାହାନ ଚଳାଚଳ ମଧ୍ୟ ସ୍ବଭାବିକ୍ ରହିଛି । ଜିଏସଟି ସରଳୀକରଣ , ଇ – କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ଭାରତ ବନ୍ଦ ଡାକରା ଦେଇଛି ।