
କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଥାନା ଅନ୍ତର୍ଗତ ତିଲେଇବଣି ବ୍ଲକ ମୁଖ୍ୟାଳୟ ଠାରେ ବହୁ ପତିକ୍ଷୀତ ଫାଣ୍ଡି କୋଠା ଉଦଘାଟିତ ହୋଇଯାଇଛି । ଏକଦା ମାଓ ଉପଦୃତ ଏହି ଅଞ୍ଚଳରେ ଏକ ଅସ୍ଥାୟୀ ଗୃହରେ ଫାଣ୍ଡି ଖୋଲାଯାଇ ଏହି ଅଞ୍ଚଳର ଜନ ସାଧାରଣଙ୍କୁ ପୋଲିସ ସେବା ଯୋଗାଇ ଦିଆଯାଉ ଥିଲା । ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଟଙ୍କା ମଞ୍ଜୁର ହେବା ପରେ ଏବେ ଉକ୍ତ ଅଞ୍ଚଳରେ ଏକ ସ୍ଥାୟୀ ଫାଣ୍ଡି କୋଠା ନିର୍ମାଣ କରାଯାଇଛି । ଏବଂ ଗତକାଲି ଅପରାହ୍ନରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଡାଃ. ସାର୍ଥକ ଷଡଙ୍ଗୀ ନବନିର୍ମିତ ଫାଣ୍ଡି କୋଠାକୁ ଫିତା କାଟି ଉଦଘାଟନ କରିଥିଲେ ।
