Share କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି: ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତ ଦେହ I ଶୋକାକୂଳ ପରିବେଶ ରେ ସମ୍ପର୍ଣ୍ଣ ହେଲା ଶେଷକୃତ୍ଯ I ଗୋଟିଏ ଜୁଇରେ ଜଳିଲା ଦୁଇଟି ଶବ I ଏପରି ଏକ ଦୂଖଦପୂର୍ଣ୍ଣ ଖବରଟି ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର୍ ବ୍ଲକ୍ ଗୋପିନାଥପୁର୍ ପଞ୍ଚାୟତ ସ୍ଥିତ ନିରଗୁନିପଡା ଗାଁରୁ I ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଏହି ଗାଁର ଦୁଇ ଅବିବାହିତ ଆଦିବାସୀ ଯୁବକ ହେଉଛନ୍ତି ୨୩ ବର୍ଷିୟ ମନୋହର ମାଝୀ ଏବଂ ୨୦ ବର୍ଷିୟ ଉପେନ୍ଦ୍ର ମାଝୀ I ଉଭୟ ଆନ୍ଦ୍ରପ୍ରଦେଶ ରାଜ୍ଯ ହାଇଦ୍ରାବାଦ ସ୍ଥିତ କୁମ୍ପୁଲି ରେ ଥିବା ଫେୟାର ଫିଲ୍ଡ୍ ନାମକ ଏକ ଘରୋଇ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରୁଥିବା ସମୟରେ ଏକ ଦୂର୍ଘଟଣା ର ଶିକାର ହୋଇଥିଲେ I ଦୁହିଁଙ୍କ ଉପରେ ଓଲଟି ପଡିଥିଲା ଲୁହାଛଡ୍ ବୋଝେଇ ଟ୍ରଲି I ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ଯୁ ହୋଇଥିଲା I ତେବେ ମଙ୍ଗଳବାର ଦିନ ଦୂର୍ଘଟଣା ପରେ ସେଠାରେ ପହଞ୍ଚି ଥିଲେ ପରିବାର ଲୋକେ I ଗୁରୁବାର ଦିନ ସ୍ଥାନୀୟ ଗାନ୍ଧି ହସ୍ପିଟାଲ୍ ରେ ସେମାନଙ୍କ ଶବ ବ୍ଯବଚ୍ଛେଦ୍ କରାଯାଇଥିଲା I ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ସୁକ୍ରବାର ଦିନ ବିଳମ୍ବିତ ରାତ୍ରୀରେ ଏକ ଆମ୍ବୁଲାନ୍ସ୍ ଯୋଗେ ଗାଁକୁ ଆସିଥିଲା ମୃତଦେହ I ଆଜି ସକାଳୁ ଗ୍ରାମବାସୀ ଏବଂ ସମ୍ପର୍କିୟ ଙ୍କୁ ନେଇ ଶୋକାକୂଳ ପରିବେଶ ରେ ଗୋଟିଏ ଜୁଇରେ ଦୁଇଟି ଶବ ଦାହ କରି ଶେଷକୃତ୍ଯ ସମ୍ପର୍ଣ୍ଣ କରାଯାଇଛି I 0 13 Share FacebookTwitterWhatsAppEmailFacebook MessengerTelegramPrint