ଜାଣନ୍ତୁ ଓଡ଼ିଶାରେ କାଟାଗୋରି-ବିରେ ଥିବା ୧୦ଟି ଜିଲ୍ଲାରେ କ’ଣ ବନ୍ଦ ଓ କ’ଣ ଖୋଲା?

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଆଶାନୁରୂପ ଭାବେ କମୁନଥିବାରୁ ରାଜ୍ୟ ସରକାର ଆଜି ଆଂଶିକ ଲକଡାଉନକୁ ଆସନ୍ତା ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ସଂକ୍ରମଣ ହାର ଅନୁସାରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରି କଟକଣା ଲାଗୁ କରାଯାଇଛି । କାଟାଗୋରି-ଏରେ ୨୦ଟି ଜିଲ୍ଲା ଥିବା ବେଳେ କାଟାଗୋରି-ବିରେ ୧୦ଟି ଜିଲ୍ଲା ରହିଛନ୍ତି |

ଏହି ୧୦ଟି ଜିଲ୍ଲା, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ହାର ୫ପ୍ରତିଶତରୁ ଅଧିକ ଥିବାରୁ ଏହି ଜିଲ୍ଲାମାନଙ୍କରେ କଟକଣା ପୂର୍ବ ଭଳି ଲାଗୁ କରିଛନ୍ତି ରାଜ୍ୟ ସରକାର | ଏବେ ଜାଣିବା ଆସନ୍ତା ଜୁଲାଇ ୧୬ପର୍ଯ୍ୟନ୍ତ ଏହି ୧୦ଟି ଜିଲ୍ଲାରେ କେଉଁ ସେବାକୁ ଅନୁମତି ମିଳିଛି ଏବଂ କେଉଁ ସେବାକୁ ଅନୁମତି ମିଳିନାହିଁ |

କେଉଁ ସେବାକୁ ଅନୁମତି ମିଳିଛି?

– ସକାଳ ୬-ଅପରାହ୍ନ୨ଟା ପର୍ଯ୍ୟନ୍ତ କରୋନା କଟକଣା ସହ ସବୁ ଦୋକାନ ଖୋଲିବ |
-ଦିନ ୨ଟା ପରେ ଜରୁରୀ ଜିନିଷ ବିକ୍ରି କରୁଥିବା ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିବ |
– କେବଳ ଆଉଟଡୋର ସୁଟିଂକୁ ଅନୁମତି
– ଉଠା ଦୋକାନ ଖୋଲିବାକୁ ଅନୁମତି | କେବଳ ପାର୍ସଲ ନେଇପାରିବେ ଲୋକେ |
– କରୋନା କଟକଣା ସହ ଛୋଟ ସେଲୁନ ଖୋଲି ପାରିବ |

କେଉଁ ସେବାକୁ ଅନୁମତି ମିଳିନାହିଁ

-ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ |
-ମଲ, ସ୍ପା ଓ ବିଉଟି ପାର୍ଲର ଖୋଲିବନି |
-ସାପ୍ତାହିକ ହାଟ ଓ ଦୈନିକ ମାର୍କେଟ ବନ୍ଦ |
– ବସ ଚଳାଚଳ କରିବ ନାହିଁ |
– ବାହାଘର ଓ ଅନ୍ତିମ କ୍ରିୟା ପାଇଁ ପୂର୍ବରୁ ଲାଗିଥିବା କଟକଣା ବଳବତ୍ତର ରହିବ | ବାହାଘର ଭୋଜି ହେବନି |
-ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ |

Comments
Loading...