ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜୁଲାଇ ମାସର ଗାଇଡଲାଇନ ଜାରି କରିଛନ୍ତି।
ଏହି ଗାଇଡଲାଇନ ଅନୁଯାୟୀ ଜୁଲାଇ ୧୬ ତାରିଖ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଛି। ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୨୦ଟି ଜିଲ୍ଲାକୁ କାଟାଗୋରି ‘ଏ’ । ଅନ୍ୟ ୧୦ଟି ଜିଲ୍ଲାକୁ କାଟାଗୋରି ‘ବି’ ରେ ବିଭକ୍ତ କରାଯାଇଛି ।
ତେବେ କାଟାଗୋରି- ‘ଏ’ରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ସାମିଲ ରହିଛି।
ତେବେ କାଟାଗୋରି- ‘ଏ’ରେ ସାମିଲ ଥିବା ଜିଲ୍ଲାଗୁଡ଼ିକ ପାଇଁ ଏସବୁ ନିୟମ ଜାରି ରହିଛି।
୧. କୋଭିଡ କଟକଣା ସହିତ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ଖୋଲା ରହିବ।
୨. ୨୦ଟି ଜିଲ୍ଲା ଭିତରେ ଯାତ୍ରୀବାହୀ ବସ, ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳ କରିପାରିବ।
୩. ମଲ,ସ୍ପା, ବିୟୁଟିପାର୍ଲର ବନ୍ଦ ରହିବ।
୪. ଛୋଟ ସେଲୁନ ଖୋଲିବ ।
୫. ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂକୁ ଅନୁମତି।
୬. ଦୈନିକ ଓ ସାପ୍ତାହିକ ହାଟକୁ ଅନୁମତି।
୭. ଏଥିସହିତ ସାରା ରାଜ୍ୟରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ।